www.samajalive.in
Tuesday, December 9, 2025
17.1 C
Bhubaneswar

ଭଇଁସା ସାମ୍ପ୍ରଦାୟିକ ହିଂସା; ଏଆଇଏମଆଇଏମ କାଉନସିଲର ସମେତ ୨୨ ଗିରଫ

ହାଇଦ୍ରାବାଦ: ତେଲେଙ୍ଗାନାର ନିର୍ମଳ ଜିଲା ଅନ୍ତର୍ଗତ ଭଇଁସାରେ ଗତ ୭ ତାରିଖରେ ଦୁଇ ଗୋଷ୍ଠୀ ମଧ୍ୟରେ ଘଟିଥିବା ସାମ୍ପ୍ରଦାୟିକ ହିଂସା ଘଟଣାରେ ୨୨ ଜଣଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଅସଉଦ୍ଦିନ ଓୱେସୀଙ୍କ ଦଳ ଏଆଇଏମଆଇଏମର ଜଣେ କାଉନସିଲର ରହିଛନ୍ତି।

ସୂଚନାଯୋଗ୍ୟ, ଗତ ୭ ତାରିଖରେ ଭଇଁସାର ଏକ ମସ୍‌ଜିଦ ନିକଟରୁ ହିଂସାକାଣ୍ଡ ଆରମ୍ଭ ହୋଇଥିଲା। ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣାକୁ କେନ୍ଦ୍ର କରି ଦୁଇ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଦୁଇ ପକ୍ଷର ଲୋକମାନେ ପରସ୍ପରଙ୍କ ଘରେ ନିଆଁ ଲଗାଇ ଦେବା ସହିତ ଗାଡ଼ି ପୋଡ଼ାଜଳା କରିଥିଲେ। ଏଥିରେ କିଛି ସାମ୍ବାଦିକଙ୍କ ସମେତ ୧୦ରୁ ଅଧିକ ଲୋକ ଆହତ ହୋଇଥିଲେ।

- Advertisement -

ଏହି ଘଟଣାରେ ତେଲେଙ୍ଗାନା ପୁଲିସ ପକ୍ଷରୁ ୧୯ଟି ମାମଲା ରୁଜୁ ହୋଇଥିଲା। ଉଭୟ ପକ୍ଷରୁ ୨୨ ଜଣଙ୍କୁ ପୁଲିସ ଗିରଫ କରିଛି। ଓୱେସୀଙ୍କ ଦଳ ଏଆଇଏମଆଇଏମର ଜଣେ କାଉନସିଲର ଏଥିରେ ସମ୍ପୃକ୍ତ ରହିଛନ୍ତି। ତାଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି। ଏହାବ୍ୟତୀତ ପଥରମାଡ଼ ଏବଂ ପୋଡ଼ାଜଳାରେ ସମ୍ପୃକ୍ତ ଥିବା ସନ୍ଦେହରେ ଅନ୍ୟ ୨୮ ଜଣଙ୍କୁ ପୁଲିସ ଜେରା କରିଛି। ପରିସ୍ଥିତି ଉପରେ ପୁଲିସ ନଜର ରଖିଥିବାବେଳେ ସହରରେ ୬୦୦ ପୁଲିସ କର୍ମଚାରୀ ଏବଂ ୪୦ ଅଧିକାରୀଙ୍କୁ ମୁତୟନ କରାଯିବା ସହ ୧୪୪ ଧାରା ଜାରି ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories