www.samajalive.in
Tuesday, December 9, 2025
15.1 C
Bhubaneswar

ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ତୀରଥ ସିଂହ ରାୱତ୍‍

ଦେହେରାଡୁନ : ତୀରଥ ସିଂହ ରାୱତ୍‍ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ସନ୍ଧ୍ୟାରେ ଶପଥଗ୍ରହଣ କରିଛନ୍ତି। ରାଜ୍ୟପାଳ ବେବୀରାଣୀ ମୌର୍ଯ୍ୟ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଏହା ପୂର୍ବରୁ ଶ୍ରୀ ରାୱତ୍‍ ଦଳୀୟ ବିଧାୟକ ଓ ସାଂସଦଙ୍କ ସହ ରାଜଭବନକୁ ଯାଇ ସରକାର ଗଠନ ନିମନ୍ତେ ଦାବି ଉପସ୍ଥାପନ କରିଥିଲେ। ତୀରଥ ସିଂହ
ରାୱତ୍‍ ୨୦୧୩ରୁ ୨୦୧୫ ପର୍ଯ୍ୟନ୍ତ ଉତ୍ତରାଖଣ୍ଡ ବିଜେପିର ଅଧ୍ୟକ୍ଷ ଭାବରେ ଦାୟିତ୍ୱ ତୁଲାଇଥିଲେ ଏବଂ ଏବେ ସେ ଦଳର ଜାତୀୟ ସଚିବ ଅଛନ୍ତି।
ଗତକାଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ୍‍ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସେଠାକାର ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇ ଉଠିଥିଲା। ଆଜି ସକାଳେ ବିଜେପି ବିଧାୟକ ଦଳ ତୀରଥ ସିଂହ ରାୱତଙ୍କୁ ନେତା ଚୟନ କରିବା ପରେ ସେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଦାୟୀତ୍ୱ ଗ୍ରହଣ କରିବା ସୁନିଶ୍ଚିତ ହୋଇଥିଲା।
ସୂଚନା ଅନୁଯାୟୀ ଉତ୍ତରାଖଣ୍ଡ ଦାୟିତ୍ୱରେ ଥିବା ବିଜେପି ସାଧାରଣ ସମ୍ପାଦକ ଦୁଷ୍ୟନ୍ତ କୁମାର ଗୌତମ ଏବଂ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ରମଣ ସିଂହ ରାଜ୍ୟ ବିଜେପିରେ ଅସନ୍ତୋଷ ସମ୍ପର୍କୀତ ରିପୋର୍ଟ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଦେବାପରେ ତ୍ରିବେନ୍ଦ୍ର ସିଂ ରାୱତଙ୍କୁ ତୁରନ୍ତ ଇସ୍ତଫା ପ୍ରଦାନ ପାଇଁ ଦଳ ନିର୍ଦ୍ଦେଶ ଦେଇଥିଲା। ଗତକାଲି ଶ୍ରୀ ରାୱତ ରାଜ୍ୟପାଳଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଥିଲେ।
ସୂଚନା ଯୋଗ୍ୟ ୭୦ ସଦସ୍ୟ ବିଶିଷ୍ଟ ଉତ୍ତରାଖଣ୍ଡ ବିଧାନସଭାରେ ୨୦୧୭ ନିର୍ବାଚନରେ ବିଜେପି ୫୭ଟି ଏବଂ କଂଗ୍ରେସ ୧୧ଟି ଆସନ ଅକ୍ତିଆର କରିଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୀରଥ ସିଂହ ରାୱତ୍‍ଙ୍କୁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ଏକ ଟୁଇଟ୍‌ରେ ଶ୍ରୀ ମୋଦୀ କହିଛନ୍ତି ଯେ ଶ୍ରୀ ରାୱତ୍‍ ତାଙ୍କ ଦୀର୍ଘ ପ୍ରଶାସନିକ ଏବଂ ସାଙ୍ଗଠନିକ ଦକ୍ଷତା ବଳରେ
ନିଜକୁ ପ୍ରତିପାଦିତ କରିପାରିବେ। ସେ କହିଛନ୍ତି ଯେ ଶ୍ରୀ ରାୱତଙ୍କ ନେତୃତ୍ୱରେ ରାଜ୍ୟ ପ୍ରଗତିର ନୂତନ ଉଚ୍ଚତା ବଜାୟ ରଖିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories