www.samajalive.in
Monday, December 8, 2025
27.1 C
Bhubaneswar

ହକି ଓଡ଼ିଶାର ସ୍ବତନ୍ତ୍ର ବୈଠକ, ଅନୁବନ୍ଧିତ ହେଲା ୬ ଜିଲା

କଟକ: ବାରବାଟୀ ଷ୍ଟାଡ଼ିୟମସ୍ଥ ଗେଷ୍ଟ ହାଉସରେ ହକି ଓଡ଼ିଶାର ସ୍ବତନ୍ତ୍ର ସାଧାରଣ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ହକି ଓଡ଼ିଶା ସଭାପତି ତଥା ନ୍ୟାୟମୂର୍ତ୍ତୀ ଏ.ଏସ୍ ନାଇଡୁ ପୌରହିତ୍ୟ କରିଥିଲେ। ସମ୍ପାଦକ ପ୍ରତାପ ଶତପଥୀ ଅଡିଟ୍ ରିପୋର୍ଟ ଉପସ୍ଥାପନ କରିଥିଲେ। ଯାହାକି ସର୍ବସମ୍ମତିକ୍ରମେ ଗୃହିତ ହୋଇଥିଲା। ନୂତନ ୬ଟି ଜିଲା ହକି ଆସୋସିଏସନ ଯଥା ବରଗଡ଼, ଝାରସୁଗୁଡ଼ା, ସୁବର୍ଣ୍ଣପୁର, ନୟାଗଡ଼, କେନ୍ଦୁଝର ଓ ରାୟଗଡ଼ାକୁ ଅନୁବନ୍ଧିତ କରାଯାଇଛି।

ଏହି ଅବସରରେ ହକି ଓଡ଼ିଶା ୱେବସାଇଟ୍ ଡବ୍ଲୁଡବ୍ଲୁଡବ୍ଲଡଟ୍ ହକି ଓଡ଼ିଶା ଡଟ୍ ଇନ୍କୁ ନ୍ୟାୟମୂର୍ତ୍ତୀ ଏ.ଏସ୍ ନାଇଡୁ ଉନ୍ମୋଚନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଉମାକାନ୍ତ ନନ୍ଦ, ଶ୍ରୀମନ୍ତ ସାହୁ, ଆନନ୍ଦିନୀ ଦର୍ଜୀ, ତ୍ରୀଷ୍ଣା ଗୌସ୍ବାମୀ, ଯୁଗ୍ମ ସମ୍ପାଦକ ପ୍ରଣବ କିଶୋର ପଟ୍ଟନାୟକ, ମମତା ସ୍ବାଇଁ, ସାଇ ପଦ୍ମଜିତା ମହାପାତ୍ର, ପ୍ରବୀର କୁମାର ପଟ୍ଟନାୟକ ଉପସ୍ଥିତ ଥିଲେ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories