www.samajalive.in
Monday, December 8, 2025
27.1 C
Bhubaneswar

ପରିବେଶ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲା ଜିଲ୍ଲା ପ୍ରଶାସନ

ଜି.ଉଦୟଗିରି : ଜଙ୍ଗଲ ମାଫିଆ ବା ଶିକାରୀଙ୍କ କବଜାରେ ଜଙ୍ଗଲ। ସବୁଜ ବନାନୀ ଜଙ୍ଗଲ ଏବେ ରକ୍ତ ମୁଖା ପାଲଟିଛି। ଏହାକୁ ଆୟତ୍ତ କରିବାରେ ବନ ବିଭାଗରେ ପର୍ଯ୍ୟାପ୍ତ ପରିମାଣର କର୍ମଚାରୀ ନ ଥିବାରୁ ବିଭାଗ ନିଜର ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି। ଆଜି କନ୍ଧମାଳ ଜିଲ୍ଲାପାଳ ଡ. ବୃନ୍ଦା ଡିଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ, ତହସିଲଦାର ଅବିନାଶ ମାହାର, ବନାଞ୍ଚଳ ଅଧିକାରିଣୀ ମିନାକ୍ଷୀ କୁମୁରା, ବନପାଳ ପ୍ରବୀଣ ଦାସ ଓ ରଶ୍ମିତା ବକ୍ସି ସାକାଡ଼ି ବନ ସମିତିରେ ନିଆଁ ଲାଗିଥିବା ଖବର ପାଇ ସେଠାକୁ ଯାଇଥିଲେ। ସ୍ଥାନୀୟ ବନ ବିଭାଗ ଓ ଦୁଇ ପ୍ରଶାସନିକ ଅଧିକାରୀ ସେଠାକାର ଜନ ସାଧାରଣଙ୍କ ସହ ଆଲୋଚନା କରିବା ସହ ବନ ବିଭାଗ ନିଆଁ ଲିଭାଇବାକୁ ଆସିବା ସମୟରେ ସହଯୋଗର ହାତ ବଢ଼ାଇବାକୁ ନିବେଦନ କରିଥିଲେ। ଜନସାଧାରଣଙ୍କ ସହଯୋଗ ନ ମିଳିଲେ ପରିବେଶକୁ ବା ବନ୍ୟଜନ୍ତୁଙ୍କ ସୁରକ୍ଷା କରାଯାଇପାରିବ ନାହିଁ ବୋଲି ଗ୍ରାମବାସୀଙ୍କୁ ବୁଝାଇଥିଲେ। ଦୀର୍ଘ ୪/୫ଦିନ ହେବ ପ୍ରତ୍ୟେକ ଦିନ ଏ ଜଙ୍ଗଲରୁ ସେ ଜଙ୍ଗଲ ନିଆଁ ବ୍ୟାପି ପରିବେଶ ଧୂଆଁମୟ ହେଉଥିବା ଦେଖିବାକୁ ମିଳିଛି। ଅପରପକ୍ଷେ ଦୁଇ ପ୍ରଶାସନିକ ଅଧିକାରୀ ଗ୍ରାମବାସୀଙ୍କୁ ଆହୁରି ସଚେତନ କରିବା ସହ ଆମ ପରିବେଶ ସୁରକ୍ଷା ଆମ ହାତରେ ବୋଲି କହିଛନ୍ତି। ଏହାସହ ପ୍ରଶାସନ ପକ୍ଷରୁ ଆଗାମୀ ଦିନରେ ଅଧିକ ସଚେତନତା ପାଇଁ ପଦକ୍ଷେପ ନେବାକୁ କହିଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories