www.samajalive.in
Monday, December 8, 2025
27.1 C
Bhubaneswar

ବାଲୁକା କଳା ମାଧ୍ୟମରେ ବୃକ୍ଷ ଓ କଇଁଛ ସୁରକ୍ଷା ନେଇ ସଚେତନତା

ଗୋପାଳପୁର :  ଗୋପାଳପୁର ବେଳାଭୂମିରେ  ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣାଙ୍କ ନେତୃତ୍ୱରେ ବ୍ରହ୍ମପୁର ସବୁଜ ବାହିନୀ, ଆଞ୍ଚଳିକ ବିକାଶ ପରିଷଦ ଏବଂ ସତ୍ୟ ଆର୍ଟ ଏଣ୍ଡ କ୍ରାଫ୍ଟର ମିଳିତ ସହଯୋଗରେ ବାଲୁକା କଳା କୃତି ମାଧ୍ୟମରେ ବୃକ୍ଷ ଓ କଇଁଛ (ଅଲିଭ ରିଡ଼ଲେ)ର ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଶିଳ୍ପୀମାନେ ଛୋଟ ବଡ ୧୦୧ ଟି କଇଁଛ ବେଳାଭୂମିରେ ନିର୍ମାଣ କରି ସଚେତନ କରାଇଥିଲେ। ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ଏହି ଅବସରରେ ସୂଚନା ଦେଇଥିଲେ ଯେ ଅଲିଭ ରିଡଲେ କଇଁଛ ନିମନ୍ଗତେ ଞ୍ଜାମରେ ଆଜି ସାରା ବିଶ୍ବରେ ଏକ ସତ୍ବନ୍ତ୍ର ସ୍ଥାନ ପାଇ ପାରିଛି, ଏଣୁ ଏହି ବିରଳ ତଥା ଦୀର୍ଘ ବର୍ଷ ଧରାପୃଷ୍ଠରେ ବଞ୍ଚି ରହି ପାରୁଥିବା ଅଲିଭ ରିଡଲେର ସୁରକ୍ଷା କରିବା ଆମ ମାନଙ୍କର କର୍ତ୍ତ୍ୟବ ଅଟେ ଏଣୁ ଆଜି ବାଲୁକା କଳା ମାଧ୍ୟମରେ ପର୍ଯଟକଙ୍କ ସମେତ ସ୍ଥାନୀୟ ଲୋକଙ୍କୁ ସଚେତନ କରାଇବା ସହ ଆଗକୁ ଗ୍ରୀଷ୍ମ ଋତୁ ଆରମ୍ଭ ହେବାକୁ ଯାଉଥିବା ଯୋଗୁଁ ବୃକ୍ଷକୁ ନଷ୍ଟ ନ କରିବା ସହ ବୃକ୍ଷରୋପଣ କରିବାକୁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ। ଏହି ଅବସରରେ  ଗଞାମ ଡିଏଫ୍ଓ ଅମ୍ଳାନ ନାୟକ ବେଳା ଭୂମିରେ ପହଞ୍ଚି ବାଲୁକା କୃତି ଦେଖିବା ସହ  ଶିଳ୍ପୀ ମାନକୁ ଉଚ୍ଚ ପ୍ରଶଂସା କରିଥିଲେ। ପରେ ଶିଳ୍ପୀ ମାନଙ୍କ ସହ ସାମିଲ ହୋଇ ବେଳାଭୂମି ସଫେଇ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଗର କୁମାର ପାଣିଗ୍ରାହୀ, ଶିବରାମ ପାଣିଗ୍ରାହୀ, ବିଜେନ୍ଦ୍ର ମାଝୀ, ଟି . ଦୁର୍ଗା ପ୍ରସାଦ, ସନିଆ ଗଉଡ, କେ. କବିତା, ଡ଼ଲି ସାହୁ, ଗଣେଶ ପାଣିଗ୍ରାହୀ, ସଞ୍ଜୟ ପାତ୍ର, ପ୍ରଣୟ କୁମାର ପ୍ରମୁଖ ସହଯୋଗ କରିଥିଲେ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories