www.samajalive.in
Sunday, December 7, 2025
14.1 C
Bhubaneswar

ଦୁଇ ଛାତ୍ରଙ୍କୁ ଗୁଳି କରି ହତ୍ୟା

ହରିୟାଣାରେ ସ୍ପଷ୍ଟ ଦିବାଲୋକରେ ଦୁଇ ଛାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସୋନୀପତ୍‌ର ମୋହାନା ଅଞ୍ଚଳରେ ୮ନମ୍ବର ଡ୍ରେନ ନିକଟରେ ଗୁରୁବାର ସକାଳେ ଏହି ହତ୍ୟାକାଣ୍ଡ ଘଟିଛି। ଆକ୍ରମଣରେ ଜଣେ ଛାତ୍ର ଘଟଣାସ୍ଥଳରେ ପ୍ରାଣ ହରାଇଥିବାବେଳେ ଅନ୍ୟ ଜଣେ ହସ୍ପିଟାଲରେ ଆଖି ବୁଜିଛନ୍ତି। ପୁଲିସ ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଚଳାଇଛି।

ସୂଚନା ଅନୁସାରେ, ରଭଡ଼ା ଗାଁର ରୋହିତ ଏବଂ ଏସପି ମାଜରା ଗାଁର ସାହିଲ ଗୋହାନାରେ ଥିବା ଏକ ବୈଷୟିକ ଅନୁଷ୍ଠାନରେ ପଢୁଥିଲେ। ଉଭୟେ ଗୁରୁବାର ସକାଳେ ଗୋହାନା ଆସିଥିଲେ। ପୂର୍ବାହ୍ନ ପ୍ରାୟ ୧୦ଟାରେ ସେମାନେ ଯେତେବେଳେ ୮ ନମ୍ବର ଡ୍ରେନ ନିକଟରେ ପହଞ୍ଚିଥିଲେ, ସେତେବେଳେ ଆକ୍ରମଣକାରୀମାନେ ପହଞ୍ଚି ସେମାନଙ୍କ ଉପରକୁ ୮/୧୦ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ରୋହିତଙ୍କ ଶରୀରରେ ୫ଟି ଗୁଳି ବାଜିଥିଲାବେଳେ ସେ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ତାଙ୍କ ସାଙ୍ଗଙ୍କ ଶରୀରରେ ୩ଟି ଗୁଳି ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

- Advertisement -

ଖବର ପାଇ ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏ ସମ୍ପର୍କରେ ଛାତ୍ରମାନଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିବା ପୁଲିସ କହିଛନ୍ତି। ସେମାନଙ୍କର ବୟାନ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories