www.samajalive.in
Monday, December 8, 2025
27.1 C
Bhubaneswar

ଅନୁରାଗ କଶ୍ୟପ ଓ ତାପସୀ ପନ୍ନୁଙ୍କ ଘରେ ଆୟକର ଚଢ଼ାଉ

ମୁମ୍ବଇ: ବଲିଉଡ୍‌ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପ, ଅଭିନେତ୍ରୀ ତାପସୀ ପନ୍ନୁ ଏବଂ ନିର୍ଦେଶକ ବିକାଶ ମହଲଙ୍କ ଘରେ ଆୟକର ବିଭାଗ ପକ୍ଷରୁ ବୁଧବାର ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ଫାଣ୍ଟମ ଫିଲ୍ମ ସହିତ ଜଡ଼ିତ ରହିଛି। ବିକାଶ ବହଲ ଏହି ପ୍ରଡକ୍ସନ ହାଉସର ପ୍ରତିଷ୍ଠାତା ଥିବାବେଳେ ଅନୁରାଗ କଶ୍ୟପ ଏହାର ମାଲିକ। ତେବେ ତାପସୀଙ୍କ ଘରେ ଚଢ଼ାଉ କରାଯିବାର କାରଣ ଏଯାଏ ସାମ୍ନାକୁ ଆସିନାହିଁ।

ସୂଚନା ଅନୁସାରେ, ଟିକସ ଚୋରିକୁ ନେଇ ମୁମ୍ବଇ ଏବଂ ପୁଣେରେ ୨୨ ସ୍ଥାନରେ ଆୟକର ବିଭାଗ ପକ୍ଷରୁ ବୁଧବାର ଚଢ଼ାଉ କରାଯାଇଛି। ମଧୁ ମନ୍‌ଟେନାଙ୍କ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ Kwan କାର୍ଯ୍ୟାଳୟରେ ବି ଚଢ଼ାଉ ହୋଇଛି। ଏହି ସେଲିବ୍ରିଟିମାନଙ୍କ ବିରୋଧରେ ଆୟକର ଚୋରି ମାମଲା ରହିଥିବା କୁହାଯାଇଛି। ଏହି ସମସ୍ତଙ୍କର ମୁମ୍ବଇ ଏବଂ ସହର ବାହାରେ ଥିବା ଘରେ ଚଢ଼ାଉ ଚାଲିଛି। ଏହି ଚଢ଼ାଉ ସମୟରେ ଆହୁରି ଅନେକ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନାମ ସାମ୍ନାକୁ ଆସିପାରେ ବୋଲି କୁହାଯାଉଛି।

- Advertisement -

ସୂଚନାଯୋଗ୍ୟ, ଅନୁରାଗ କଶ୍ୟପ ଏବଂ ତାପସୀ ପନ୍ନୁ ସୋସିଆଲ ମିଡିଆରେ ଅଧିକାଂଶ ସମୟରେ ସକ୍ରିୟ ରୁହନ୍ତି। ଉଭୟେ ‘ସାଣ୍ଡ କି ଆଁଖ୍‌’ ଏବଂ ‘ମନମର୍ଜିୟାଁ’ ଭଳି ସଫଳ ଫିଲ୍ମ ନିର୍ମାଣ କରିସାରିଛନ୍ତି। ‘ଦୋବାରା’ ଚଳଚ୍ଚିତ୍ରରେ ପୁଣି ଥରେ ଉଭୟେ ପ୍ରତ୍ୟାବର୍ତ୍ତନ କରୁଛନ୍ତି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories