www.samajalive.in
Tuesday, December 9, 2025
16.1 C
Bhubaneswar

‘ଷ୍ଟ୍ରଙ୍ଗ୍‌ ମ୍ୟାନ୍‌’ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ୫୦ ବର୍ଷରେ ପାଦ ଦେଲେଣି। କିନ୍ତୁ ତାଙ୍କ ଫିଟ୍‌ନେସ ବିଷୟରେ ଅନେକେ ଅଜଣା ଥିବେ ନିଶ୍ଚୟ। ୫୦ ବର୍ଷ ହୋଇଥିଲେ ବି ରାହୁଲ ଏବେ ବହୁତ ଫିଟ୍‌ ଅଛନ୍ତି, ଯାହା ସୋସିଆଲ ମିଡିଆରେ ଶେୟାର କରାଯାଇଥିବା ଏକ ଭିଡିଓରୁ ଜଣାପଡ଼ିଛି। ଏହି ଭିଡିଓରେ ରାହୁଲଙ୍କ ନୂଆ ଅବତାରକୁ ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ତାଙ୍କୁ ଅନେକ ବ୍ୟବହାରକାରୀ ‘ଅସଲି ବାହୁବଳୀ’ ବା ଷ୍ଟ୍ରଙ୍ଗମ୍ୟାନ୍‌ ବୋଲି ସମ୍ବୋଧିତ କରିଛନ୍ତି।

Image Courtesy: Aajtak

ରାହୁଲ ନିକଟରେ ତାମିଲନାଡୁର କନ୍ୟାକୁମାରୀସ୍ଥିତ ଏକ ସ୍କୁଲକୁ ଯାଇଥିଲେ। ସେଠାରେ ଛାତ୍ରଛାତ୍ରୀମାନଙ୍କ ଅନୁରୋଧ ରଖି ରାହୁଲ ମଞ୍ଚରେ ନିଜର ଫିଟ୍‌ନେସ ପ୍ରଦର୍ଶନ କରିଥିଲେ। ଅନ୍ୟ ଛାତ୍ରଛାତ୍ରୀଙ୍କ ସହିତ ସେ ପୁଶ୍‌ଅପ୍‌ କରିଥିଲେ। ୫୦ ବର୍ଷ ବୟସ ହୋଇଥିଲେ ବି ସେ ଗୋଟିଏ ଥରକେ ୧୪ଟି ପୁଶ୍‌ଅପ୍‌ ଲଗାଇଥିଲେ। ତାଙ୍କ ଫିଟ୍‌ନେସ ଦେଖି ସମସ୍ତେ କରତାଳି ଦେଇଥିଲେ। ତେବେ ରାହୁଲ ଏତିକିରେ ଅଟକି ନ ଥିଲେ, ୧୪ ପୁଶ୍‌ଅପ୍‌ ପରେ ସେ ଗୋଟିଏ ହାତରେ ପୁଶଅପ୍‌ କରିଥିଲେ। ରାହୁଲଙ୍କ ବାଇସେପ୍ସ ଏବଂ ଟ୍ରାଇସେପ୍ସ ତାଙ୍କ ଫିଟ୍‌ନେସ୍‌ର ପ୍ରମାଣ ଦେଉଥିଲା।

- Advertisement -
Image Courtesy: Aajtak

ରାହୁଲ ଜାପାନୀ ମାର୍ଶଲ ଆର୍ଟ ‘ଏକିଡୋ’ ଟ୍ରେନିଂ ବି ନେଇଛନ୍ତି। ପୁଶ୍‌ଅପ୍‌ ପରେ ସେ ଜଣେ ଛାତ୍ରଙ୍କୁ ଏକିଡୋ ଶିଖାଇଥିଲେ। ଏହା ପୂର୍ବରୁ ରାହୁଲ କୋଲାମରେ ମତ୍ସ୍ୟଜୀବୀଙ୍କ ସହିତ ସମୁଦ୍ରରେ ପହଁରା କୌଶଳ ଦେଖାଇଥିଲେ।

୨୦୧୯ରେ ବି ରାହୁଲଙ୍କ ମାର୍ଶଲ ଆର୍ଟ ଟ୍ରେନିଂ ଫଟୋ ବହୁମାତ୍ରାରେ ଭାଇରାଲ ହୋଇଥିଲା। ରାହୁଲ ଏକିଡୋରେ ବ୍ଲାକବେଲ୍ଟ ହାସଲ କରିଚନ୍ତି। ଏକିଡୋ ଏକ ଏଭଳି ମାର୍ଶଲ ଆର୍ଟ, ଯେଉଁଥିରେ ବିନା କୌଣସି ଅସ୍ତ୍ରଶସ୍ତ୍ରରେ ପ୍ରତିପକ୍ଷଙ୍କୁ ପ୍ରତିରୋଧ କରିବାର କଳା ଶିଖାଯାଇଥାଏ। ଏଥିରେ ଶାରିରୀକ ଶ୍ରମ ଏବଂ ବୁଦ୍ଧି ଉଭୟର ଆବଶ୍ୟକତା ଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories