www.samajalive.in
Monday, December 8, 2025
27.1 C
Bhubaneswar

ଓୟୁଏଟି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଅଷ୍ଟମ ଦିନରେ : ଗାଡ଼ି ପୋଛି ପ୍ରତିବାଦ କଲେ

ଭୁବନେଶ୍ବର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି)ରେ ବିଦ୍ୟାର୍ଥୀଙ୍କ ଆନ୍ଦୋଳନ ଅଷ୍ଟମ ଦିନରେ ପହଞ୍ଚିଛି। ଓୟୁଏଟି ଅଧୀନସ୍ଥ ବନ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଓଡ଼ିଶା ଫରେଷ୍ଟ ସର୍ଭିସ(ଓଏଫ୍‌ଏସ୍‌)ର ରେଞ୍ଜର ସମେତ ଅନ୍ୟ ପଦରେ ନିଯୁକ୍ତିବେଳେ ବନ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଶତପ୍ରତିଶତ ସୁଯୋଗ ଦେବାକୁ ଦାବି କରିଛନ୍ତି। ଛାତ୍ରଛାତ୍ରୀ କୁଳପତି କାର୍ଯ୍ୟାଳୟ ନିକଟରେ ବସି ରହିଥିବାବେଳେ ଚାକିରି ମିଳୁ ନଥିବାରୁ କ୍ୟାମ୍ପସ୍‌ରେ ଥିବା ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କ ଗାଡ଼ି ପୋଛି ପ୍ରତିବାଦ କରିଛନ୍ତି। ପୂର୍ବରୁ ବିଦ୍ୟାର୍ଥୀ ଝାଡୁ କରିବା ସହ ଜୋତା ପଲିସ୍‌, ଭିକ ମାଗିବା ଓ ଗାଡ଼ି ପୋଛିବା ଭଳି ବିଭିନ୍ନ ଉପାୟରେ ପ୍ରତିବାଦ କରିଛନ୍ତି। ସୋମବାର ଛାତ୍ର ଓ ଯୁବ କଂଗ୍ରେସର କର୍ମକର୍ତ୍ତା ଆନ୍ଦୋଳନକାରୀଙ୍କୁ ଭେଟିବା ସହ ଦଳର ବିଧାୟକ ଖୁବ୍‌ଶୀଘ୍ର ଆନ୍ଦୋଳନରତ ବିଦ୍ୟାର୍ଥୀଙ୍କୁ ଭେଟିବାକୁ ଆସିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଆସନ୍ତାକାଲି ଛାତ୍ରଛାତ୍ରୀ ଆଖିରେ କଳାକନା ବାନ୍ଧି ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ଫରେଷ୍ଟ ସର୍ଭିସ(ଓଏଫ୍‌ଏସ୍‌)ର ରେଞ୍ଜର ସମେତ ଅନ୍ୟ ପଦରେ କେବଳ ବନ ମହାବିଦ୍ୟାଳୟ ବିଦ୍ୟାର୍ଥୀଙ୍କୁ ସୁଯୋଗ ଦେବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories