www.samajalive.in
Monday, December 8, 2025
27.1 C
Bhubaneswar

ଖରିଫ ଧାନସଂଗ୍ରହ ୫୮ଲକ୍ଷ ମେଟ୍ରିକ ଟନ ଟପିଲା

ଭୁବନେଶ୍ବର : ରାଜ୍ୟରେ ଗତ ନଭେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହୋଇଥିବା ଖରିଫ ଧାନସଂଗ୍ରହ ପ୍ରକ୍ରିୟାରେ ଆଜିସୁଦ୍ଧା ୫୮ଲକ୍ଷ ୧୭ହଜାର ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଛି। ଏହି ପ୍ରକ୍ରିୟା ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ।
ଏଥର ଖରିଫ ଧାନସଂଗ୍ରହ ପାଇଁ ଧାର୍ଯ୍ୟ ସମୟର ଏକମାସ ପୂର୍ବରୁ ଗତବର୍ଷ ଖରିଫରେ ମୋଟ ସଂଗୃହୀତ ଧାନ ଠାରୁ ଅଧିକ ଧାନ ସଂଗ୍ରହ କରାଯାଇଛି। ମିଲରମାନେ ଏପର୍ଯ୍ୟନ୍ତ ଦେବାକୁ ଥିବା ଚାଉଳର ୩୦ ପ୍ରତିଶତ ଅର୍ଥାତ ୧୦ଲକ୍ଷ ୯୧ ହଜାର ମେଟ୍ରିକ ଟନ ଚାଉଳ ପ୍ରଦାନ କରିଥିବା ଯୋଗାଣ ନିଗମ ପରିଚାଳନା ନିର୍ଦେଶକ ବିଶ୍ବଜିତ ଦାସ ସୂଚନା ଦେଇଛନ୍ତି।
ଗତବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ୫୩ଲକ୍ଷ ୩୧ ହଜାର ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଥିଲା। ଏଥର ଫେବୃଆରୀ ୨୭ ତାରିଖ ସୁଦ୍ଧା ଗତବର୍ଷ ଅପେକ୍ଷା ୪ଲକ୍ଷ ୮୬ ହଜାର ମେଟ୍ରିକ ଟନରୁ ଅଧିକ ଧାନ ସଂଗ୍ରହ ହୋଇଛି।
ସୂଚନା ଅନୁଯାୟୀ ଖରିଫରେ ଧାନ ବିକ୍ରି କରିବାକୁ ରାଜ୍ୟର ୧୪ଲକ୍ଷ ୭୨ହଜାର ୧୬୬ ଚାଷୀ ନାମ ପଞ୍ଜୀକରଣ କରିଥିବା ବେଳେ ଏପର୍ଯ୍ୟନ୍ତ ୧୦ଲକ୍ଷ ୬୫ ହଜାର ୧୪୭ଜଣ ଧାନ ବିକ୍ରି କରିଛନ୍ତି। ରାଜ୍ୟର ୨୫୫୭ଟି ପ୍ରାଥମିକ କୃଷି ସମବାୟ ସମିତି ଏବଂ ୩୨୦ ସ୍ବୟଂ ସହାୟକ ଗୋଷ୍ଠୀ ଧାନ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ମାର୍ଚ୍ଚ ୩୧ ରେ ଖରିଫ ଧାନସଂଗ୍ରହ ପ୍ରକ୍ରିୟା ଶେଷ ହେଉଥିବା ବେଳେ ମିଲରମାନଙ୍କୁ ଅକ୍ଟୋବର ଶେଷସୁଦ୍ଧା ଶତ ପ୍ରତିଶତ ଚାଉଳ ପ୍ରଦାନ ପାଇଁ ନିର୍ଦେଶ ଦିଆଯାଇଥିବା ସେ କହିଛନ୍ତି।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories