www.samajalive.in
Monday, December 8, 2025
17.1 C
Bhubaneswar

ଲର୍ଡସରେ ବର୍ଷା ; ପ୍ରଥମଦିନର ଖେଳ ବାତିଲ

ଲର୍ଡସ : ଗୁରୁବାରଠାରୁ ଲର୍ଡସ ଗ୍ରାଉଣ୍ଡରେ ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ୨ୟ ଟେଷ୍ଟମ୍ୟାଚ୍‍ ଆରମ୍ଭ ହେବାର ଥିଲା। ତେବେ ଝିପିଝିପି ବର୍ଷା ଲାଗିରହିବା ଯୋଗୁଁ ପ୍ରଥମଦିନର ଖେଳ ବାତିଲ ହୋଇଯାଇଛି। ମ୍ୟାଚ୍‍ରେ ଟସ୍‍ ମଧ୍ୟ ପଡ଼ିନାହିଁ। ଉଭୟ ଦଳର ଖେଳାଳି ନିଦ୍ଧାରିତ ସମୟରେ ପଡ଼ିଆରେ ପହଞ୍ଚିଥିଲେ। ତେବେ ସକାଳୁ ଆକାଶ ମେଘାଛନ୍ନ ଥିଲା ଏବଂ ଝିପିଝିପି ବର୍ଷା ଲାଗି ରହିଥିଲା। ପାଗରେ ଉନ୍ନତି ପାଇଁ ଖେଳାଳି ଓ ଅମ୍ପାୟାର ଦୀର୍ଘସମୟ ଅପେକ୍ଷା କରିଥିଲେ। ଜଲ୍‍ଦି ଭୋଜନ ବିରତି ଓ ଚା’ପାନ ବିରତି ମଧ୍ୟ ହୋଇଥିଲା। ଅପରାହ୍ଣରେ ବର୍ଷା ମଧ୍ୟ କମିଥିଲା। ତେବେ ପଡ଼ିଆ ଓଦା ରହିଥିଲା। ଅମ୍ପାୟାରଦ୍ୱୟ ପଡ଼ିଆ ପରିଦର୍ଶନ କରିବା ପରେ ଅନୁଭବ କରିଥିଲେ ଯେ ୨ ଘଣ୍ଟା ମଧ୍ୟରେ ଖେଳ ଆରମ୍ଭ ସମ୍ଭବନୁହେଁ। ତେଣୁ ସ୍ଥାନୀୟ ସମୟ ସାଢ଼େ ୪ଟାରେ ଅମ୍ପାୟାର ପ୍ରଥମ ଦିନର ଖେଳ ବାତିଲ ଘୋଷଣା କରିଥିଲେ। ଫଳରେ ୨ୟ ଟେଷ୍ଟମ୍ୟାଚ୍‍ ଏବେ ୪ ଦିନିଆ ହୋଇଯାଇଛି। ପ୍ରଥମ ଟେଷ୍ଟକୁ ୩୧ ରନ୍‍ରେ ଜିତି ଘରୋଇ ଇଂଲଣ୍ଡ ୫ ମ୍ୟାଚ୍‍ର ସିରିଜ୍‍ରେ ୧-୦ରେ ଆଗୁଆ ରହିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories