www.samajalive.in
Tuesday, December 9, 2025
17.1 C
Bhubaneswar

ବିଧାନସଭାରେ ପ୍ରଶ୍ନକାଳ: ମଣ୍ଡିରୁ ଧାନ ନ ଉଠିଲେ ଆତ୍ମହତ୍ୟା କରିବେ କହିଲେ ଦେବଗଡ଼ ବିଧାୟକ

ଭୁବନେଶ୍ୱର: ଆଜି ବିଧାନସଭାରେ ପ୍ରଶ୍ନକାଳରେ ମଣ୍ଡିରୁ ଧାନ ନ ଉଠିଲେ ଦେବଗଡ଼ର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି। ମଣ୍ଡି ସମସ୍ୟା ନେଇ ସେ ଏହି ଧମକ ଦେଇଛନ୍ତି। ମଣ୍ଡିରୁ ଧାନ ନଉଠିଲେ ଆତ୍ମହତ୍ୟା କରିବେ ବୋଲି ବିଧାୟକ ଶ୍ରୀ ପାଣିଗ୍ରାହୀ ପ୍ରକଶ କରିଛନ୍ତି।
ଆଜି ବିଧାନସଭାରେ ପ୍ରଶ୍ନକାଳରେ ଧାନ ମଣ୍ଡିରେ ଅବ୍ୟବସ୍ଥାର ପ୍ରତିବାଦ କରିଥିଲେ ବିଧାୟକ ସୁବାସ ପାରିଗ୍ରାହୀ। ସେ ଗୃହର ମଧ୍ୟଭାଗକୁ ଆସି ବସି ରହିଥିଲେ। ତେବେ ଶୂନ୍ୟକାଳରେ ତାଙ୍କୁ ଏନେଇ କହିବାକୁ ଦିଆଯିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଥିଲେ। ତା’ସହିତ ତାଙ୍କୁ ନିଜ ଆସନକୁ ଫେରିଯିବାକୁ ବାଚସ୍ପତି ଅନୁରୋଧ କରିଥିଲେ।

ତେବେ ଦେବଗଡ଼ର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅନୁରୋଧକୁ ମାନି ଥିଲେ। ଶୂନ୍ୟକାଳରେ ସେ ମଣ୍ଡି ସମସ୍ୟା ଉଠାଇଥିଲେ। ବିଧାୟକ ସୁବାସ ପାଣିଗ୍ରାହୀ କହିଥିଲେ ଯେ ଟୋକନ୍‌ରେ ବ୍ୟାପକ ଅବ୍ୟବସ୍ଥା କାରଣରୁ ଚାଷୀ ନାହିଁ ନଥିବା ଦହଗଞ୍ଜ ହେଉଛନ୍ତି। ହେଲେ ସରକାର ଏନେଇ କୌଣସି ପଦକ୍ଷେପ ନେଉ ନାହାନ୍ତି। ତେଣୁ ମଣ୍ଡିରୁ ଧାନ ନଉଠିଲେ ଆତ୍ମହତ୍ୟା କରିବେ ବୋଲି ବିଧାୟକ ଶ୍ରୀ ପାଣିଗ୍ରାହୀ ଧମକ ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories