www.samajalive.in
Monday, December 8, 2025
17.1 C
Bhubaneswar

ଥାନା ଭିତରେ ଯୁବ ଠିକାଦାରଙ୍କ ଆତ୍ମାହୁତି ଉଦ୍ୟମ

ବିନିକା: ସୁବର୍ଣ୍ଣପୁର ଜିଲା ବିନିକା ଥାନା ଭିତରେ ଯୁବ ଠିକାଦାରଙ୍କ ଆତ୍ମାହୁତି ଉଦ୍ୟମ। ଦେହରେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ। ରାସ୍ତା କାମରେ ବକେୟା ୮୭ହଜାର ଟଙ୍କା ନ ମିଳିବାରୁ ପଦକ୍ଷେପ। ଉପସ୍ଥିତ ପୁଲିସଙ୍କ ଦ୍ବାରା ଠିକାଦାର କାବୁ, ଥାନାରେ ଅଟକ। ଧମକ ଦେବା ଅଭିଯୋଗରେ ଥାନାକୁ ଡାକିଥିଲା ପୁଲିସ। ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଧମକ ଦେଇଥିବା ଅଭିଯୋଗରେ ଯୁବ ଠିକାଦାରଙ୍କୁ ଡାକିଥିଲା ବିନିକା ପୁଲିସ। ଯୁବ ଠିକାଦାର ଜଣକୁ ବିନିକା ଥାନାକୁ ଆସିଥିଲେ ଏବଂ ଥାନା ଭିତରେ ନିଜ ଦେହରେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିବା ସୂଚନା ମିଳିଛି।


ସୂଚନା ଅନୁଯାୟୀ, ଦୀର୍ଘ ଦଶ ବର୍ଷ ତଳେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଉଲୁଣ୍ଡା ବ୍ଲକ ଝାରବାହାଲି ଗାଁ ରାସ୍ତାର ଉନ୍ନତି ପାଇଁ ୫ ଲକ୍ଷ ଟଙ୍କାର ଡିପାର୍ଟମେଣ୍ଟାଲ କାମ ହୋଇଥିଲା। ସେତେବେଳେ ଉଲୁଣ୍ଡା ବ୍ଲକର ଜେଇ ବିଜୟ ମୂର୍ତ୍ତି ଏହି ଡିପାର୍ଟମେଣ୍ଟାଲ କାମର ଦାୟିତ୍ୱରେ ଥିଲେ ଓ ଏବେ ମୂର୍ତ୍ତି ବିନିକା ବ୍ଲକ କାର୍ୟ୍ୟାଳୟରେ ଜେଇ ଅଛନ୍ତି ଓ ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଝାରବାହାଲି ଗାଁର ଠିକାଦାର ତ୍ରିଲୋଚନ ପୁରୋହିତ ୮୭ ହଜାର ଟଙ୍କା ପାଇପାରି ନ ଥିବା ଅଭିଯୋଗ କରିଛନ୍ତି। ଆଜି ଉଭୟ ପକ୍ଷ ଆଲୋଚନା ନିମନ୍ତେ ଥାନାକୁ ଯାଇଥିବା ବେଳେ ସେଠାରେ କିରୋସିନି ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି ଜଣେ ଯୁବ ଠିକାଦାର। ସେଠାରେ ଉପସ୍ଥିତ ପୁଲିସ୍‌ କର୍ମୀ ତାଙ୍କୁ କାବୁ କରିନେବା ଫଳରେ ଏକ ବହୁତ ବଡ଼ ଅଘଟଣ ଟଳି ଯାଇଥିବା ଜଣାଯାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories