www.samajalive.in
Monday, December 8, 2025
17.1 C
Bhubaneswar

ମେଜର ଜେନେରାଲ ବି.କେ.ମହାପାତ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭା

ଚୌଦ୍ୱାର : ଓଡ଼ିଶାର ଜଣେ ବୀରପୁତ୍ର, ସ୍ୱାଧୀନତା ପରର ୪ଟି ଯୁଦ୍ଧରେ ଅଂଶ ଗ୍ରହଣ କରି ବୀରତ୍ୱର ପରାକାଷ୍ଟା ଦେଖାଇଥିବା ବୀର ଜବାନ୍‍, ପ୍ରତିରକ୍ଷା ବିଭାଗରେ ଟ୍ୟାଙ୍କ ମ୍ୟନ୍‍ ଭାବେ ସୁପରିଚିତ ଅବସରପ୍ରାପ୍ତ ମେଜର ଜେନେରାଲ ବସନ୍ତ କୁମାର ମହାପାତ୍ରଙ୍କ ପରଲୋକରେ ସ୍ଥାନୀୟ ଶିଶୁ ସଦନରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଛି। ସର୍ବଭାରତୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ହିନ୍ଦ୍ ସେବକ ସଂଘର ରାଷ୍ଟ୍ରୀୟ ସଭାପତି ଦାମୋଦର ସାହୁଙ୍କ ପୌରୋହିତ୍ୟରେ ଶିଶୁସଦନଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ସ୍ତମ୍ଭକାର ସୁକାନ୍ତ କୁମାର ମହାନ୍ତି, ପଦ୍ମଶ୍ରୀ ଉତ୍ସବ ଚରଣ ଦାସ, ପୂର୍ବତନ ନଗରପାଳ କୈଳାସ ଚନ୍ଦ୍ର ବେହେରା ଯୋଗଦେଇ ମେଜର ଜେନେରାଲ ମହାପାତ୍ରଙ୍କୁ ଜଣେ ଦରଦୀ ମଣିଷ, ସ୍ନେହ, ଶ୍ରଦ୍ଧା, ମମତାର ପ୍ରତୀକ ରୂପେ ଅଭିହିତ କରି ଓଡ଼ିଶାର ଶିକ୍ଷା, ସ୍ୱାସ୍ଥ୍ୟ, ସମାଜସେବା କ୍ଷେତ୍ରରେ ତାଙ୍କର ଅବଦାନ ଉଲ୍ଲେଖନୀୟ ବୋଲି ମତବ୍ୟକ୍ତ କରିଥିଲେ। ଡାଃ ପରିକ୍ଷିତ ଦଳାଇ, ପଞ୍ଚାନନ ବେହେରା, ବିଷ୍ଣୁଚରଣ ପରିଡ଼ା, ସୀମନ୍ତ ନାୟକ, ଅଶୋକ କୁମାର ନାୟକ, ଅଶୋକ ନାୟକ, ରମେଶ ଚନ୍ଦ୍ର ନାୟକ, ବିଶ୍ୱମ୍ବର ସାହୁ, ପ୍ରଶାନ୍ତ ହୋତା, ସୁର ପୃଷ୍ଟି, ବଳରାମ ସ୍ୱାଇଁ, ଦିବ୍ୟଜ୍ୟୋତି ପାଣି ପ୍ରତାପ ଜେନା, ଧୀରେନ୍ଦ୍ର ଚୌଧୁରୀ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ହିନ୍ଦ୍‍ ସେବକ ସଂଘର ଆଜୀବନ ସଦସ୍ୟ ଗଙ୍ଗାଧର ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ୱର୍ଗତ ମହାପାତ୍ରଙ୍କର ଶିଶୁସଦନର ଅନ୍ତେବାସୀ ମାନଙ୍କ ପ୍ରତି ଶ୍ରଦ୍ଧା ଓ ଅନୁଷ୍ଠାନ ବିକାଶରେ ତାଙ୍କର ସକ୍ରିୟ ସହଯୋଗକୁ ମନେ ପକାଇ ତାଙ୍କ ଦେହାବସାନ ସମାଜ ତାଥା ଶିଶୁ ସଦନ ପାଇଁ ଅପୂରଣୀୟ କ୍ଷତି ବୋଲି ସଭାପତି ଦାମୋଦର ସାହୁ ମତ ଦେଇଥିଲେ। ପ୍ରାରମ୍ଭରେ ଅନ୍ତେବାସୀଙ୍କ ଦ୍ୱାରା ସମୁହ ବେଦ ଆବୃତ୍ତି, ସର୍ବଧର୍ମ ପ୍ରାର୍ଥନା ଓ ଭଜନ ପରିବେଷଣ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories