www.samajalive.in
Monday, December 8, 2025
17.1 C
Bhubaneswar

ଏପ୍ରିଲ ପହିଲାରୁ କଲ୍‍ ଦର ବୃଦ୍ଧି କରିବେ ଟେଲିକମ୍‍ କମ୍ପାନୀ

ନୂଆଦିଲ୍ଲୀ: ମୋବାଇଲରେ କଥାବର୍ତ୍ତା ଓ ଇଣ୍ଟରନେଟ୍‍ର ବ୍ୟବହାର ଖୁବଶୀଘ୍ର ମହଙ୍ଗା ହେବାକୁ ଯାଉଛି। ଟେଲିକମ୍‍ କମ୍ପାନୀ ଏପ୍ରିଲ୍‍ ୧ ତାରିଖରୁ ଦର ବୃଦ୍ଧି କରିବାକୁ ପ୍ରସ୍ତୁତି ଚଳାଇଛନ୍ତି।

ଇନଭେଷ୍ଟମେଣ୍ଟ ଇନଫରମେସନ ଆଣ୍ଡ କ୍ରେଡିଟ ରେଟିଙ୍ଗ ଏଜେନ୍ସି (ଆଇସିଆରଏ) ରିପୋର୍ଟ ଅନୁସାରେ, ଆଗାମୀ ୧ ଏପ୍ରିଲରୁ ଆରମ୍ଭ ହେଉଥିବା ଆର୍ଥିକ ବର୍ଷ ୨୦୨୧-୨୨ ରେ ନିଜ ରାଜସ୍ୱ ବୃଦ୍ଧି ପାଇଁ କମ୍ପାନୀଗୁଡିକ ପୁଣି ଥରେ ତାରିଫ୍ ମହଙ୍ଗା କରିପାରନ୍ତି । ତେବେ ଏଥିରେ କେତେ ବୃଦ୍ଧି କରାଯିବ, ସେନେଇ କୌଣସି ସୂଚନା ମିଳିନାହିଁ। କରୋନା ସଙ୍କଟ ଓ ବିଶେଷ କରି ଲକ୍‍ଡାଉନ୍‍ ସମୟରେ ଅନ୍ୟ ସମସ୍ତ କ୍ଷେତ୍ରରେ ଅନେକ ସମସ୍ୟା ତଥା କ୍ଷତି ଦେଖା ଦେଇଥିବା ବେଳେ ଟେଲିକମ୍‍ କମ୍ପାନୀମାନଙ୍କ ଗ୍ରାହକ ପିଛା ହାରାହାରି ରାଜସ୍ୱରେ ସୁଧାର ଆସିଛି। ମାତ୍ର କମ୍ପାନୀମାନଙ୍କ ବୃଦ୍ଧିପାଉଥିବା ଖର୍ଚ୍ଚ ଅନୁସାରେ ଏହା ପର୍ଯ୍ୟାପ୍ତ ନୁହେଁ। ତେଣୁ କମ୍ପାନୀମାନେ ଦର ବୃଦ୍ଧି କରି କ୍ଷତିଭରଣା କରିବା ପ୍ରସ୍ତୁତିରେ ଅଛନ୍ତି।

- Advertisement -

ଟେଲିକମ କମ୍ପାନୀଙ୍କ ଉପରେ ମୋଟ ଆଡଜଷ୍ଟେଡ ଗ୍ରସ ରେଭିନ୍ୟୁର ଋଣ ୧.୬୯ ଲକ୍ଷ କୋଟି ରହିଛି। ଏପର୍ୟ୍ୟନ୍ତ କେବଳ ୧୫ ଟେଲିକମ କମ୍ପାନୀ ୩୦୨୫୪ କୋଟି ଟଙ୍କା ସୁଝିଛନ୍ତି। ଏୟାରଟେଲ ଉପରେ ପ୍ରାୟ ୨୫୯୭୬ କୋଟି ଟଙ୍କା, ଭୋଡାଫୋନ ଆଇଡିଆ ଉପରେ ୫୦୩୯୯ କୋଟି ଟଙ୍କା ଓ ଟାଟା ଟେଲିସର୍ଭିସ ଉପରେ ପ୍ରାୟ ୧୬୭୯୮ କୋଟି ଟଙ୍କା ଋଣ ରହିଛି। ସୂଚନାଯୋଗ୍ୟ, ୨୦୧୯ରେ ପ୍ରଥମ ଥର କମ୍ପାନୀଗୁଡିକ ତାରିଫ ବୃଦ୍ଧି କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories