www.samajalive.in
Monday, December 8, 2025
27.1 C
Bhubaneswar

ଶେଷ ୨ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଅନ୍ତିମ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ବୁଧବାର ଭାରତୀୟ ଦଳ ଘୋଷଣା କରିଛି। ୧୭ ସଦସ୍ୟ ବିଶିଷ୍ଟ ଟିମ୍‌ରେ କୌଣସି ବଡ଼ ଧରଣର ଅଦଳବଦଳ କରାଯାଇ ନାହିଁ। କେବଳ ଦ୍ରୁତ ବୋଲର ଉମେଶ ଯାଦବଙ୍କୁ ଦଳରେ ସାମିଲ କରାଯାଇଛି। ମାତ୍ର ମ୍ୟାଚ ପୂର୍ବରୁ ତାଙ୍କର ଫିଟ୍‌ନେସ ଯାଞ୍ଚ କରାଯିବ। ସାର୍ଦ୍ଦୁଳ ଠାକୁରଙ୍କ ସ୍ଥାନରେ ତାଙ୍କୁ ଦଳରେ ସାମିଲ କରାଯାଇଛି। ଅନ୍ୟତମ ଦ୍ରୁତ ବୋଲର ମହମ୍ମଦ ସାମି ଦଳକୁ ଫେରିବା ସମ୍ଭାବନା ଥିଲା, କିନ୍ତୁ ସେ ସମ୍ପୂର୍ଣ୍ଣ ଫିଟ୍‌ ନ ଥିବା ଜଣାପଡ଼ିଛି। ଶାହବାଜ ନଦୀମ ଏବଂ ସାର୍ଦ୍ଦୁଳ ଠାକୁରଙ୍କୁ ବିଜୟ ହଜାରେ ଟ୍ରଫି ପାଇଁ ଟିମରୁ ବିରତି ଦିଆଯାଇଛି।

ଚୟନ କମିଟି ୫ ଜଣ ନେଟ୍‌ ବୋଲର ଏବଂ ଦୁଇ ସଂରକ୍ଷିତ ଖେଳାଳିଙ୍କ ନାମ ଘୋଷଣା କରିଛନ୍ତି। ଅଙ୍କିତ ରାଜପୁର, ଓଭେଶ ଖାନ, ସନ୍ଦୀପ ୱାରିୟର, କୃଷ୍ଣପା ଗୌତମ ଏବଂ ସୌରଭ କୁମାର ନେଟ୍‌ସରେ ବ୍ୟାଟ୍ସମ୍ୟାନଙ୍କ ଅଭ୍ୟାସ ପାଇଁ ବୋଲିଂ କରିବେ। ଉଇକେଟ୍‌ କିପର ବ୍ୟାଟ୍ସମ୍ୟାନ କେ.ଏସ. ଭରତ ଏବଂ ରାହୁଲ ଚହର ରିଜର୍ଭ ଖେଳାଳି ଭାବେ ସାମିଲ ହୋଇଛନ୍ତି।

- Advertisement -

ଭାରତୀୟ ଟିମ୍‌: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ, ଶୁଭବନ ଗିଲ୍‌, ଚେତେଶ୍ଵର ପୂଜାରା, ଆଜିଙ୍କ୍ୟ ରାହାଣେ (ଉପଅଧିନାୟକ), କେ.ଏଲ. ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ (ଉଇକେଟ୍‌ କିପର), ରିଦ୍ଧିମାନ ଶାହ (ଉଇକେଟ୍‌ କିପର), ଆର. ଅଶ୍ଵିନ, କୁଲଦୀପ ଯାଦବ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ଇଶାନ୍ତ ଶର୍ମା, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସିରାଜ।

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୪ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଉଭୟ ଟିମ୍‌ ଗୋଟିଏ ଲେଖାଏ ମ୍ୟାଚରେ ବିଜୟ ହାସଲ କରି ସମାନ ସ୍ଥିତିରେ ରହିଛନ୍ତି। ୩ୟ ମ୍ୟାଚଟି ଦିବାରାତ୍ର ଭାବେ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories