www.samajalive.in
Monday, December 8, 2025
17.1 C
Bhubaneswar

ପ୍ରଥମ ମୁସଲମାନ ମହିଳା ଭାବେ ଆମେରିକା କଂଗ୍ରେସକୁ ଯିବେ ରଶିଦା

ନ୍ୟୁୟର୍କ : ଏକ ଐତିହାସିକ ଘଟଣାକ୍ରମେ ପ୍ରଥମ ମୁସଲମାନ ମହିଳା ଭାବେ ୪୨ବର୍ଷୀୟା ରଶିଦା ତାଲିବ ଆମେରିକା କଂଗ୍ରେସ ସଦସ୍ୟତା ହାସଲ କରିବାକୁ ଯାଉଛନ୍ତି। ଡେମୋକ୍ରାଟିକ ଦଳର ପ୍ରାର୍ଥୀ ଭାବେ ମିଚିଗାନ୍‍ର ତ୍ରୟୋଦଶ କଂଗ୍ରେସ ଜିଲାରୁ ସେ ନିଦ୍ୱର୍ନ୍ଦ୍ୱରେ ବିଜୟ ହାସଲ ପୂର୍ବକ ଜନ୍‍ କନିୟେର୍ସ ଜୁନିୟରଙ୍କ ସ୍ଥାନରେ କଂଗ୍ରେସକୁ ନିର୍ବାଚିତ ହେବେ। ତେବେ ରଶିଦାଙ୍କ ବିରୋଧରେ ରିପବ୍ଲିକାନ୍‍ ଦଳର ପ୍ରାର୍ଥୀ ନଥିବାରୁ ଆସନ୍ତା ନଭେମ୍ବରରେ ହେବାକୁ ଥିବା ନିର୍ବାଚନରେ ତାଙ୍କର ବିଜୟ ନିଶ୍ଚିତ ହୋଇଛି। ଜନ୍‍ କନିୟେର୍ସ ଗତ ୫୦ବର୍ଷ ଧରି ଏଠାରୁ ପ୍ରତିନିଧିତ୍ୱ କରିଆସୁଥିଲେ। ଜନ୍‍ ୮୯ବର୍ଷ ବୟସରେ ଗତ ଡିସେମ୍ବରରେ ଏହି ପଦରୁ ଓହରି ଯାଇଥିଲେ। ରଶିଦା ହେଉଛନ୍ତି ପାଲେଷ୍ଟାଇନ୍‍ ବଂଶୋଦ୍ଭବ। ୨୦୦୮ରେ ସେ ପ୍ରଥମ ମୁସଲମାନ ମହିଳା ଭାବେ ପ୍ରାଦେଶିକ ନିର୍ବାଚନରେ ବିଜୟୀ ହୋଇଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories