www.samajalive.in
Monday, December 8, 2025
20.1 C
Bhubaneswar

ଫର୍ମକୁ ଫେରିଲେ ରୋହିତ, ପ୍ରଥମ ଇନିଂସରେ କଲେ ୧୬୧ ରନ୍‌

ଚେନ୍ନାଇ: ଇଂଲଣ୍ଡ ବିପକ୍ଷ ୨ୟ ଟେଷ୍ଟରେ ଫର୍ମକୁ ଫେରିଛନ୍ତି ଟିମ୍‌ ଇଣ୍ଡିଆ ଓପନର ରୋହିତ ଶର୍ମା। ଶନିବାରଠାରୁ ଆରମ୍ଭ ହୋଇଥିବା ଏହି ମ୍ୟାଚରେ ରୋହିତ ଫର୍ମକୁ ଫେରିବା ସହ ଶତକ ହାସଲ କରି ଦଳର ସ୍ଥିତିକୁ ସୁଧାରିବାରେ ସଫଳ ହୋଇଛନ୍ତି। ୮୬ ରନ୍‌ରେ ୩ ଉଇକେଟ୍‌ ହରାଇ ଟିମ୍‌ ଇଣ୍ଡିଆ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବାବେଳେ ରୋହିତ ଶର୍ମା ଆଜିଙ୍କ୍ୟ ରାହାଣେଙ୍କ ସହିତ ମିଶି ୧୬୨ ରନ୍‌ର ଭାଗିଦାରୀ କରିଥିଲେ। ଦଳର ସ୍କୋର ୨୪୮ ରନ୍‌ ହୋଇଥିବାବେଳେ ସେ ଜ୍ୟାକ୍‌ ଲିଚ୍‌ଙ୍କ ଦ୍ବାରା ଆଉଟ୍‌ ହୋଇ ପ୍ୟାଭିଲିୟନ ଫେରିଥିଲେ।

ପ୍ରଥମ ଇନିଂସରେ ରୋହିତ ୧୬୧ ରନ୍‌ ସଂଗ୍ରହ କରିଥିଲେ, ଯେଉଁଥିରେ ୧୮ ଚୌକା ଏବଂ ୨ ଛକା ସାମିଲ ଥିଲା। ରୋହିତଙ୍କ ସହିତ ରାହାଣେ ବି ଭଲ ପ୍ରଦର୍ଶନ କରିଥିଲେ। କିନ୍ତୁ ରୋହିତ ଆଉଟ ହେବା ପରେ ପରେ ରାହାଣେ ବେଶୀ ସମୟ ତିଷ୍ଠିପାରି ନ ଥିଲେ। ୨୪୯ ରନ୍ ହୋଇଥିବାବେଳେ ସେ ଇଂଲଣ୍ଡ ସ୍ପିନର ମୋଇନ୍‌ ଅଲ୍ଲୀଙ୍କ ଦ୍ବାରା ଆଉଟ୍‌ ହୋଇଯାଇଥିଲେ।

- Advertisement -

ତେବେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ୨ୟ ଟେଷ୍ଟରେ ବି ଭଲ ସ୍କୋର କରିବାରେ ବିଫଳ ହୋଇଛନ୍ତି। ସେ ଏବଂ ଅନ୍ୟତମ ଓପନର ସୁବମନ୍‌ ଗିଲ୍‌ ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହୋଇଯାଇଥିଲେ। ଇଂଲଣ୍ଡ ପକ୍ଷରୁ ମୋଇନ୍‌ ଅଲୀ ଏବଂ ଜ୍ୟାକ୍‌ ଲିଚ୍‌ ୨ଟି ଲେଖାଏ ଉଇକେଟ୍‌ ନେଇଥିବାବେଳେ ଓଲି ଷ୍ଟୋନ୍‌ ଗୋଟିଏ ଉଇକେଟ୍‌ ଅକ୍ତିଆର କରିଥିଲେ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories