www.samajalive.in
Monday, December 8, 2025
17.1 C
Bhubaneswar

ରୋକଠୋକ ଶୁଣାଇଲେ ରବିଶଙ୍କର, ନ ମାନିଲେ ଦେଶରୁ ବିଦା

ଗତ କିଛି ମାସ ହେବ ବିଶ୍ୱର ପ୍ରମୁଖ ଲୋକପ୍ରିୟ ସାମାଜିକ ଗଣମାଧ୍ୟମଗୁଡିକ ଯେଉଁଭଳି ଭାରତରେ ଦ୍ଵନ୍ଦ ସୃଷ୍ଟି କରିବା ସହ ତ୍ରୁଟିପୂର୍ଣ୍ଣ ସମ୍ୱାଦ ପରିବେଷଣ କରୁଛନ୍ତି, ସେ ନେଇ କେନ୍ଦ୍ର ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଗତକାଲି ରାଜ୍ୟସଭାରେ ଏହି ପ୍ରସଙ୍ଗରେ ବିବୃତ୍ତି ଦେଇ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ଯେଉଁ ସାମାଜିକ ଗଣମାଧ୍ୟମ ଦେଶର ନିୟମ ନ ମାନିବେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଶେଷ କରି ଯେଉଁ ସାମାଜିକ ଗଣମାଧ୍ୟମଗୁଡ଼ିକ ତ୍ରୁଟିପୂର୍ଣ୍ଣ ସମ୍ବାଦ ପରିବେଷଣ କରୁଛନ୍ତି ଏବଂ ଦେଶରେ ହିଂସାକୁ ଉସକଉଛନ୍ତି ସେମାନଙ୍କ କ୍ଷେତ୍ରରେ ଏଭଳି ପଦକ୍ଷେପ ନିଆଯିବ।

ଶ୍ରୀ ପ୍ରସାଦ କହିଛନ୍ତି, ଟ୍ୱିଟର, ଫେସ୍‍ବୁକ୍‍, ହ୍ୱାଟସ୍‍ଆପ୍‍ ଏବଂ ଲିଙ୍କ୍‍ଡ ଇନ୍‍ ଭଳି ସାମାଜିକ ଗଣମାଧ୍ୟମଗୁଡିକର ଭାରତ ବର୍ଷରେ ଲକ୍ଷ ଲକ୍ଷ ଫଲୋଅର୍‍ ଥିବାବେଳେ ସେହି ସଂସ୍ଥାଗୁଡ଼ିକ ସତର୍କତାର ସହ ଦେଶର ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟ କରିବା
ଆବଶ୍ୟକ। ସେ କହିଛନ୍ତି, ସ୍ୱାଧୀନତା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ଏହାକୁ ଆଳ କରି ପ୍ରତିଶୋଧମୂଳକ କାର୍ଯ୍ୟକଳାପ ଆଦୌ ଗ୍ରହଣୀୟ ନୁହେଁ। ସେ କହିଛନ୍ତି ଯେ ଆମ ଦେଶରେ ସମ୍ପୃକ୍ତ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡିକ ବ୍ୟବସାୟ କରୁଛନ୍ତି ଓ ଆୟ କରୁଛନ୍ତି କିନ୍ତୁ ଦେଶର ସାମ୍ବିଧାନିକ ମୂଲ୍ୟବୋଧ ରକ୍ଷାକରି ସେହି ସଂସ୍ଥାଗୁଡ଼ିକ ସତର୍କତାର ସହ କାର୍ଯ୍ୟ କରିବା ଆବଶ୍ୟକ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories