www.samajalive.in
Sunday, December 7, 2025
15.1 C
Bhubaneswar

ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ ସ୍ତ୍ରୀ ଓ ପ୍ରସୂତୀ ପ୍ରକୋଷ୍ଠର ଶିଳାନ୍ୟାସ

ଗୁରୁଡିଝାଟିଆ: ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ନୂତନ ସ୍ତ୍ରୀ ଓ ପ୍ରସୂତୀ ପ୍ରକୋଷ୍ଠ ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଛି। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଦିନକୁ ଦିନ ରୋଗୀ ସଂଖ୍ୟା ଅହେତୁକ ଭାବରେ ବୃଦ୍ଧିପାଉଥିବା ବେଳେ ଗର୍ଭବତୀ ମହିଳାମାନଙ୍କ ପାଇଁ ଆବଶ୍ୟକ ପ୍ରକୋଷ୍ଠ ନାହିଁ। ଆବଶ୍ୟକତାକୁ ଦୃଷ୍ଟିକୁ ବିଚାରକୁ ନେଇ ରାଜ୍ୟ ସରକାର ନୂତନ ସ୍ତ୍ରୀ ଓ ପ୍ରସୂତୀ ପ୍ରକୋଷ୍ଠ ପାଇଁ ଅନୁଦାନ ସ୍ଥିରିକୃତ କରିଛନ୍ତି। ରାସ୍ତା ଓ କୋଠାବାଡି ବିଭାଗର ପ୍ରତ୍ୟେକ୍ଷ ତତ୍ୱାବଧାନରେ ୨୨ଲକ୍ଷ ୫୪ ହଜାର ୪୬୦ଟଙ୍କା ଅଟକଳରେ ୪ମାସ ମଧ୍ୟରେ ପ୍ରକୋଷ୍ଠ ନିର୍ମାଣ ହେବ। ପ୍ରାୟ ୧୪ଶହ ସ୍କୋୟାରଫୁଟ ସ୍ଥାନରେ ନୂତନ ପ୍ରସୂତୀ ପ୍ରକୋଷ୍ଠ ଟି ନିର୍ମାଣ ହେବା ସହ ୩୧ ମେ ସୁଦ୍ଧା କାର୍ଯ୍ୟ ସମାପ୍ତ ହେବ ବୋଲି ଚୁକ୍ତି ନିର୍ଦ୍ଧାରିତ ହୋଇଛି। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ସମାପ୍ତ ହୋଇସାରିଛି। ଏହି ଉପଲକ୍ଷେ ଆୟୋଜିତ ଭିତ୍ତି ପ୍ରସ୍ତର ଉତ୍ସବରେ ସ୍ଥାନୀୟ ବିଧାୟକ ତଥା ଖାଦ୍ୟଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଙ୍କ ପ୍ରତିନିଧି ତଥା ଜିଲ୍ଲା ବିଜେଡିର ସଂପାଦକ ରଞ୍ଜନ କୁମାର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ଆଠଗଡ ବ୍ଲକର ମୁଖ୍ୟ ଚିକିତ୍ସାଳୟ ଅଟେ। ଏହାକୁ ଉତ୍ତମମାନରେ ଗଢିତୋଳିବା ସହିତ ଆବଶ୍ୟକ ଭିତ୍ତିଭୂମି ଯୋଗାଇଦେବା ପାଇଁ ରାଜ୍ୟ ସରକାର ସ୍ଥାନୀୟ ମନ୍ତ୍ରୀଙ୍କ ଦ୍ୱାରା ଉଦ୍ୟମ ଅବ୍ୟାହତ ରଖିଛନ୍ତି।

ଚିକିତ୍ସାଳୟର ସମସ୍ତ ଚିକିତ୍ସକ, ରୋଗୀମାନଙ୍କୁ ଉତ୍ତମ ସେବା ଯୋଗାଇଦେବା ନିମନ୍ତେ ଅଧିକରୁ ଅଧିକ ପ୍ରଯତ୍ନଶୀଳ ହେବା ନିମନ୍ତେ ଶ୍ରୀ ଆଚାର୍ଯ୍ୟ କହିଥିଲେ। ଜିଲ୍ଲା ପରିଷଦ ସଦସ୍ୟା ଜାନକୀଲତା ନାଏକ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଦିଲ୍ଲିପ ଦାସ, ବଟକିଶୋର ସେଠୀ, ପୂର୍ବତନ ସରପଞ୍ଚ ଶ୍ରୀକର ଜେନା, ହୃଦାନନ୍ଦ ସାମନ୍ତରାୟ, ପୂର୍ବତନ ସମିତିସଭ୍ୟ ନରେନ୍ଦ୍ର କୁମାର ସାହୁ,ସରୋଜ କୁମାର ପଣ୍ଡା, ସୁଧାକର ସ୍ୱାଇଁ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରର ବିକାଶ ଧାରାରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀଙ୍କ ଭୂମିକା ସଂପର୍କରେ ଆଲୋକପାତ କରିଥିଲେ । ଏହାକୁ ରୋଗୀସେବାରେ ବିନିଯୋଗ କରିବା ନିମନ୍ତେ କହିଥିଲେ। ରାସ୍ତା ଓ କୋଠାବାଡି ବିଭାଗର ଅତିରିକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଜୟନ୍ତ କୁମାର ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଭିତ୍ତି ପ୍ରସ୍ତର ଉତ୍ସବରେ ଡାକ୍ତର ଦେବୀ ପ୍ରସନ୍ନ ଗିରି, ବିପିଏମ ପୁଷ୍ପମିତ୍ରା ଦାସ, ପିଏଚଇଓ କବିତାରାଣୀ ଦାସ, ବାମ୍‍ ସୁବାଷ ଚନ୍ଦ୍ର ସାହୁ, ସୋଲାଲି ପ୍ରିୟଦର୍ଶିନୀ ସ୍ୱାଇଁ, ଶ୍ରଦ୍ଧାଞ୍ଜଳି ନାୟକ, ପ୍ରିୟଙ୍କା ନାୟକ, ସ୍ୱାସ୍ଥ୍ୟପରିଦର୍ଶକ ଚିଲିକା ସ୍ୱାଇଁ, ଦିନେଶ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ଉପସ୍ଥିତ ଅତିଥିବୃନ୍ଦ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।ସହକାରୀ ଯନ୍ତ୍ରୀ ଇଂ ପ୍ରଭାତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories