www.samajalive.in
Monday, December 8, 2025
17.1 C
Bhubaneswar

ଅଭିନେତା-ନିର୍ଦ୍ଦେଶକ ରାଜୀବ କପୁରଙ୍କ ୫୮ ବର୍ଷ ବୟସରେ ଦେହାନ୍ତ

ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତା ତଥା ଅଭିନେତା ରାଜ କପୁରଙ୍କ ପୁଅ ଅଭିନେତା-ନିର୍ଦ୍ଦେଶକ ରାଜୀବ କପୁରଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ଦିବଂଗତ ଅଭିନେତା ରୂଷି କାପୁରଙ୍କ ପତ୍ନୀ ନୀତୁ କାପୁର ପ୍ରଥମେ ଇନଷ୍ଟାଗ୍ରାମରେ ଏହି ଖବର ଦେଇଛନ୍ତି। ମୃତ୍ୟୁର କାରଣ ଜଣା ପଡିନାହିଁ।

ରାଜୀବ କପୁର ୧୯୮୩ରେ ଚଳଚ୍ଚିତ୍ର ‘ଏକ ଜାନ ହୈ ହାମ’ରୁ ଅଭିନୟ ଆରମ୍ଭ କରିଥିଲେ, କିନ୍ତୁ ୧୯୮୫ରେ ନିର୍ମିତ ରାଜ କାପୁରଙ୍କ ଶେଷ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ରାମ ତେରୀ ଗଙ୍ଗା ମୈଲି’ ତାଙ୍କୁ ଲୋକପ୍ରିୟ କରାଇଥିଲା। ସେ ‘ଆସମାଁ, ଲଭର୍ ବଏ, ଜବରଦସ୍ତ ଏବଂ ହମ୍ ତୋ ଚଲେ ପରଦେଶ’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଲେ। ନାୟକ ଭାବରେ ରାଜୀବ କପୁରଙ୍କ ଶେଷ ଚଳଚ୍ଚିତ୍ର ଥିଲା ‘ଜିମ୍ମେଦାର’। ପରେ ସେ ଚଳଚ୍ଚିତ୍ର ପ୍ରସ୍ତୁତି ଓ ନିର୍ଦ୍ଦେଶନାରେ ମନୋନିବେଶ କରିଥିଲେ। ତାଙ୍କର ପ୍ରଥମ ପ୍ରଡକ୍ସନ୍ ଥିଲା ‘ହୀନା’ ଯେଉଁଥିରେ ରୂଷି କପୁର ଅଭିନୟ କରିଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories