www.samajalive.in
Tuesday, December 9, 2025
16.1 C
Bhubaneswar

ରୀନିଙ୍କୁ ବିବାହ କଲେ ଜୟଦେବ ଉନାଦକାତ୍

ଅହମ୍ମଦାବାଦ୍‌: ଭାରତୀୟ କ୍ରିକେଟର୍‌ ଜୟଦେବ ଉନାଦକାତ୍‌ ​୨ ଫେବୃଆରୀ ୨୦୨୧ରେ  ନିଜ ଦୀର୍ଘଦିନର ବାନ୍ଧବୀ ରୀନିଙ୍କୁ ବିବାହ କରିଛନ୍ତି। ଗୁଜୁରାଟର ଆନନ୍ଦ ସହରରେ ଅଳ୍ପସଂଖ୍ୟକ ବନ୍ଧୁ ଓ ପରିବାରବର୍ଗଙ୍କ ଉପସ୍ଥିତିରେ ଏହି ବିବାହ ଅନୁଷ୍ଠିତ ହୋଇଥଲା ବୋଲି ବୁଧବାର ସାମାଜିକ ଗଣମାଧ୍ୟମ ଟ୍ବିଟର୍‌ରେ ବାର୍ତ୍ତା ଛାଡ଼ିଛନ୍ତି ଉନାଦକାତ୍‌। ପତ୍ନୀଙ୍କ ସହ ଫଟୋ ସାମାଜିକ ଗଣମାଧ୍ୟମରେ ଛାଡ଼ିବା ସହ ସମସ୍ତଙ୍କ ଆଶୀର୍ବାଦ ଆଶା କରିଛନ୍ତି।

ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍‌ସ ତରଫରୁ ଗତ ସଂସ୍କରଣରେ ଖେଳୁଥିବା ୨୯ ବର୍ଷୀୟ ଉନାଦକାତ୍‌ ଓ ରୀନିଙ୍କର ଗତବର୍ଷ ମାର୍ଚ୍ଚରେ ନିର୍ବନ୍ଧ ହୋଇଥିଲା। ଆଇପିଏଲ୍‌ର ଗତ ସଂସ୍କରଣରେ ଉନାଦକାତ୍‌ ରାଜସ୍ଥାନ ରୟାଲ୍‌ସ ତରଫରୁ ୭ଟି ମ୍ୟାଚ୍‌ ଖେଳି ୪ଟି ୱିକେଟ୍ ନେବା ସହ ୯ ରନ୍‌ ସଂଗ୍ରହ କରିଥିଲେ। ଭାରତ ପାଇଁ ଉନାଦକାତ୍‌ ଗୋଟିଏ ଟେଷ୍ଟ, ୭ଟି ଦିନିକିଆ ଓ ୧୦ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳି ମୋଟ୍‌ ୨୨ଟି ୱିକେଟ୍‌ ହାସଲ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories