www.samajalive.in
Monday, December 8, 2025
27.1 C
Bhubaneswar

ପୁଣି ଥରେ ଆକ୍ଟିଭ ହେଲା ‘କୃଷକଙ୍କ ନରସଂହାର’ ହାସଟ୍ୟାଗ ଥିବା ଆକାଉଣ୍ଟ, ଟ୍ବିଟରକୁ ସରକାରଙ୍କ ନୋଟିସ

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ସହିତ ଜଡ଼ିତ ୨୫୦ ଆକାଉଣ୍ଟକୁ ସସପେଣ୍ଡ କରିବା ଲାଗି ସରକାରଙ୍କ ନୋଟିସ ପରେ ଟ୍ବିଟର ପକ୍ଷରୁ ସେସବୁକୁ ହଟାଇ ଦିଆଯାଇଥିଲା। କିନ୍ତୁ ସେଗୁଡ଼ିକ ମଧ୍ୟରୁ କିଛି ଆକାଉଣ୍ଟ ପୁଣି ଥରେ ଆକ୍ଟିଭ ହୋଇଯାଇଛି। ବିଶେଷ କରି ମୋଦୀ ସରକାର କୃଷକଙ୍କ ନରସଂହାର ପାଇଁ ଯୋଜନା କରୁଥିବା ନେଇ ଏକ ହାସଟ୍ୟାଗ୍‌ ଥାଇ ଏକ ଆକାଉଣ୍ଟ ପୁଣି ଥରେ ଆକ୍ଟିଭ ହୋଇଛି। ଏହା ନଜରକୁ ଆସିବା ପରେ କେନ୍ଦ୍ର ସରକାର ଟ୍ବିଟରକୁ ନୋଟିସ ଜାରି କରିଛନ୍ତି।

ସରକାରଙ୍କ ଆଦେଶକୁ ଅବମାନନା କରି ଏସବୁ ଆକାଉଣ୍ଟକୁ ପୁଣି ଥରେ କାହିଁକି ଆକ୍ଟିଭ କରାଯାଇଛି ବୋଲି ସରକାରଙ୍କ ପକ୍ଷରୁ ଟ୍ବିଟରକୁ ପ୍ରଶ୍ନ କରାଯାଇଛି। ଏ ନେଇ ଟ୍ବିଟର ବିରୋଧରେ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମର ଧାରା ୬୯(ଏ) ଉଲ୍ଲଂଘନ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଯଦି ଏହି ମାମଲାରେ ଟ୍ବିଟର ଦୋଷୀ ସାବ୍ୟସ୍ତ ହୁଏ, ତେବେ ୭ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇପାରେ।

- Advertisement -

ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନୋଟିସରେ କୁହାଯାଇଛି ଯେ, ଟ୍ବିଟରକୁ ଭାରତୀୟ ଆଇନକୁ ମାନିବା ଦରକାର। ମାତ୍ର ଏହି ନୋଟିସ ଉପରେ ଟ୍ବିଟର ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ମନ୍ତବ୍ୟ ଦିଆଯାଇ ନାହିଁ। ସୂଚନାଯୋଗ୍ୟ, ଗତ ସୋମବାର ଟ୍ବିଟର ପକ୍ଷରୁ ୨୫୦ ଆକାଉଣ୍ଟକୁ ସସ୍‌ପେଣ୍ଡ କରିଦିଆଯାଇଥିଲା।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories