www.samajalive.in
Thursday, December 11, 2025
27.1 C
Bhubaneswar

ସାମାନ୍ୟ ବଚସାରୁ ସଂଘବଦ୍ଧ ଆକ୍ରମଣ, ଜଣେ ମୃତ୍ୟୁ

ବ୍ରହ୍ମପୁର: ପ୍ରଥମେ ଦୋକନରୁ ବାକିରେ ଖାଇଲେ, ପଇସା ମାଗିବାରୁ ଘରେ ପଶି ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କଲେ। ଆକ୍ରମଣର ଶିବାର ହୋଇଥିବା ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏମିତି ଚାଞ୍ଚଲ୍ୟକର ଘଟଣା ଘଟିଛି କୁକୁଡାଖଣ୍ଡି ବ୍ଲକ ଦିଗପହଣ୍ଡି ଥାନା ଅନ୍ତଗତ ନୁଆ ଅନନ୍ତେଇ ଗ୍ରାମରେ।

ଘଟଣାରୁ ପ୍ରକାଶ ଯେ ରବିବାର ରାତି ୯ଟା ସମୟରେ ଦୁଷ୍ମନ୍ତ ଚୌଧୁରୀ(୪୦)କରିଥିବା ପାନ ଦୋକାନକୁ ଦୁଇ ଜଣ ବ୍ୟକ୍ତି ଆସି ପାଣି ଓ ସିଗାରେଟ ମାଗିଥିଲେ। ପଇସା ମାଗିବାରୁ ସେମାନେ ବାକିରେ ଦେବାକୁ କହିଥିଲେ। ଏଥିପାଇଁ ସେମାନଙ୍କ ମଧ୍ୟରେ ସେଠାରେ ସାମାନ୍ୟ ବସଚା ହୋଇଥିଲା। ଏହାପରେ ଦୁଷ୍ମନ୍ତ ଦୋକାନ ବନ୍ଦକରି ଘରକୁ ଚାଲିଯାଇଥିଲେ। ବାକି ମାଗିଥିବା ଦୁଇ ଯୁବକଙ୍କ ସହ ୧୦ ଜଣରୁ ଉର୍ଦ୍ଧ୍ବ ବ୍ୟକ୍ତି ଆସି ଜୋରଜବରଦସ୍ତ ଦୁଷ୍ମନ୍ତଙ୍କ ଘରେ ପହଞ୍ଚିଥିଲେ। ସେଠାରେ ଲୁହାରଡ ଓ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିବା ସହ ସହ ତାଙ୍କୁ ପଥର ଛେଚି ହତ୍ୟା ଉଦ୍ୟମ କରିଥିଲେ। ଏହା ଦେଖି ତାଙ୍କ ଭାଇ ବିକ୍ରମ ଚୌଧୁରୀ ଛଡାଇବାକୁ ଆସିବାରୁ ତାଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ। ଉଭୟଙ୍କୁ ଛଡାଇବାକୁ ଯାଇ ତାଙ୍କ ମା’ ମଧ୍ୟ ଦୃର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ। ଦୁଇ ଭାଇ ଗୁରୁତର ଆହତ ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଦୁଷ୍ମନ୍ତଙ୍କ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା। ସୂଚନା ପାଇ ଦିଗପହଣ୍ଡି ଥାନା ଅଧିକାରୀ ଓ ଚିକିଟି ଏସଡିପିଓ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲେ। ଏହି ମାମଲାରେ ପୁଲିସ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।

Hot this week

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

Related Articles

Popular Categories