www.samajalive.in
Monday, December 8, 2025
27.1 C
Bhubaneswar

‘ବିଜୁ ଜନତା ଦଳ’ ନୁହେଁ ରାଜ୍ୟରେ ଚାଲିଛି ‘ବିଚିତ୍ର ଜନତା ଦଳ’ ସରକାର – ନିରଞ୍ଜନ

ପାଟଣା: ଢେଙ୍କିକୋଟ ଜୋନ କଂଗ୍ରେସ ସଭାପତି ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଶୁକ୍ରବାର ଢେଙ୍କିକୋଟଠାରେ ଏକ ବନ୍ଧୁମିଳନ ପର୍ବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଉଭୟ ରାଜ୍ୟରେ ଶାସନ କରୁଥିବା ବିଜୁ ଜନତା ଦଳ ସରକାର ଓ କେନ୍ଦ୍ରରେ ବିଜେପି ନେତୃତ୍ଵାଧୀନ ସରକାର ଉପରେ ଖୁବ ବର୍ଷିଛନ୍ତି। ରାଜ୍ୟରେ ‘ବିଜୁ ଜନତା ଦଳ’ ସରକାର ନୁହେଁ ‘ବିଚିତ୍ର ଜନତା ଦଳ’ ସରକାର ଚାଲିଥିବା ଅଭିଯୋଗ ଆଣିବା ସହ ସେମାନେ ଏଠି କଳି କରୁଥିବା ବେଳେ ଦିଲ୍ଲୀରେ କୋଳା କୋଳି ହୋଇ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ମାତିଛନ୍ତି ବୋଲି କହିଥିଲେ।

- Advertisement -

ଏହା ଛଡ଼ା ରାଜ୍ୟ ସରକାର କରୋନାରେ କୋଟି କୋଟି ଟଙ୍କା ଖାଇବା ଅଭିଯୋଗ ଆଣିବା ସହ ରାଜ୍ୟରେ ଦୁର୍ନୀତି ବେକାରୀ ବଢୁଥିବା ବେଳେ ମୁଖ୍ୟମନ୍ତ୍ରୀ କିପରି ନମ୍ବର ୱାନ ହେଲେ ବୋଲି ପ୍ରଶ୍ନ ଉଠାଇବା ସହ ଓଡ଼ିଶାକୁ ମଦ ମୁକ୍ତ ରାଜ୍ୟ ଘୋଷଣା କରିବାକୁ ଦାବି ଜଣାଇଥିଲେ। ବନ୍ଧୁ ମିଳନ ପର୍ବରେ ବରିଷ୍ଠ ନେତା ପ୍ରଭାକର ନାୟକ ସ୍ବାଗତ ଭାଷଣ ଦେଇଥିଲେ। ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ କୁମାର ମିଶ୍ର, ପି.ସି.ସି. ମହିଳା ସଭାନେତ୍ରୀ ବନ୍ଦିତା ପରିଡ଼ା, ସମ୍ମାନୀତ ଅତିଥି ଭାବେ ଘଟଗାଁ ବ୍ଲକ କଂଗ୍ରେସ ପୂର୍ବତନ ସଭାପତି ଦିଲ୍ଲୀପ ବଳ ଓ ଗୋବର୍ଦ୍ଧନ ବେହେରା ,ବରିଷ୍ଠ କୃଷକ ନେତା ସେକ ମୋବିନ, ବିଦ୍ୟାଧର ଦେହୁରୀ,ବ୍ଲକ୍ ପୂର୍ବତନ ସଭାପତି ନବଘନ ମାନସିଂହ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର ନାଏକ, ବଳରାମ ବାରିକ ପୂର୍ବତନ ପି.ସି.ସି.ସମ୍ପାଦକ ସଂଗ୍ରାମ ଦାସ ଓ ପୂର୍ବତନ ଜିଲ୍ଲା ସଭାପତି ମୋହନ ପରିଡ଼ା ଓ ମୁଖ୍ୟ ବକ୍ତା ଭାବେ ପୂର୍ବତନ ଜିଲ୍ଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବରାଳ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମରେ ଉପସ୍ଥିତ ସହସ୍ରାଧିକ କର୍ମୀଙ୍କୁ ଅଭିଭାଷଣ ଦେଇଥିଲେ।

କାର୍ଯ୍ୟକ୍ରମରେ ବୟୋଜ୍ୟେଷ୍ଠ କଂଗ୍ରେସ ନେତା ବିଦ୍ୟାଧର ସାହୁ, ନବଘନ ମାନସିଂହ, ପଦ୍ମଲୋଚନ ନାଏକ, ପ୍ରସନ୍ନ ନାଏକ, ସେକ ମୋବିନ, ନୃସିଂହ ବାରିକ, ବଙ୍ଗାଳୀ ସେନାପତି, ପଦ୍ମନାଭ ନାଏକ, ପଦ୍ମନାଭ ପଳେଇ, ଦେବେନ୍ଦ୍ର ନାଥ ନାଏକ, ଗୋବର୍ଦ୍ଧନ ବେହେରା, ପଟ୍ଟ ମୁଣ୍ଡା, ବସୁମତୀ ନାଏକ ଓ ପ୍ରବିଣା ଦଣ୍ଡପାଠଙ୍କୁ ପି.ସି.ସି. ସଭାପତି ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ। ଦଳୀୟ ନେତା ପ୍ରଭାକର ନାୟକ, ରାମଚନ୍ଦ୍ର ସାହୁ, ରୁଦ୍ର ନାରାୟଣ ସିଂହ ପ୍ରମୁଖଙ୍କ ପକ୍ଷରୁ ଏହି ବନ୍ଧୁ ମିଳନ ପର୍ବରେ ପାଖାପାଖି ଦୁଇ ହଜାରରୁ ଉର୍ଦ୍ଧ୍ଵ ଲୋକ ଉପସ୍ଥିତ ଥିଲେ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories