www.samajalive.in
Monday, December 8, 2025
27.1 C
Bhubaneswar

କଂଗ୍ରେସ ସାଂସଦ ଶଶି ଥରୁର ଓ ୬ ସାମ୍ବାଦିକଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କଲା ଦିଲ୍ଲୀ ପୁଲିସ

ଗଣତନ୍ତ୍ର ଦିବସ ଅବସରରେ କୃଷକଙ୍କ ହିଂସାତ୍ମକ ଟ୍ରାକ୍ଟର ସମାବେଶ ପରେ ନୋଏଡ଼ା ପୁଲିସ କଂଗ୍ରେସ ସାଂସଦ ଶଶି ଥରୁରଙ୍କ ସମେତ ୬ ଜଣ ସାମ୍ବାଦିକଙ୍କ ବି​‌ରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଛି । ଶ୍ରୀ ଥରୁରଙ୍କ ସହ  ଶ୍ରୀନାଲ ପାଣ୍ଡେ, ରାଜଦୀପ ସରଦେଶାଇ, ବିନୋଦ ଜୋସେ, ଜାଫର ଆଗା, ପରେଶ ନାଥ ଏବଂ ଅନନ୍ତ ନାଥଙ୍କ ନାଁରେ ନୋଏଡାର ସେକ୍ଟର ୨୦ଥାନାରେ ଏଫଆଇଆର ହୋଇଛି ।   ଟ୍ରାକ୍ଟର ରାଲିରେ ଜଣେ କୃଷକଙ୍କ ମୃତ୍ୟୁକୁ ନେଇ ଭୁଲ ଖବର ପ୍ରଚାର କରିବା ଯୋଗୁଁ ଏହି ପଦକ୍ଷେପ ନିଆଯାଇଥିବା ପୁଲିସ କହିଛି ।

ଭାରତୀୟ ଦଣ୍ଡ ସଂହିତା ର ଧାରା ୧୫୩ଏ (ଧର୍ମ, ଜାତି, ଭାଷା ଆଧାରରେ ଲୋକଙ୍କ ମଧ୍ୟରେ ଅସଙ୍ଗତି ସୃଷ୍ଟି କରିବା ଏବଂ ସମନ୍ୱୟକୁ ନଷ୍ଟ କରିବାକୁ ଚେଷ୍ଟା କରିବା), ୧୫୩ ବି (ଦେଶର ଅଖଣ୍ଡତା ପାଇଁ ସଙ୍କଟ ସୃଷ୍ଟି କରିବା), ୨୯୫ ଏ (ଉଦ୍ଦେଶ୍ୟମୂଳକ ଭାବରେ ଧାର୍ମିକ ଭାବନା ସୃଷ୍ଟି କରିବା), ୨୯୮ (ଆପତ୍ତିଜନକ ଭାଷା ବ୍ୟବହାର କରି ଏକ ସମ୍ପ୍ରଦାୟର କିମ୍ବା ଧର୍ମର ବ୍ୟକ୍ତିର ଭାବନାକୁ ଆଘାତ କରିବା), ୫୦୪ (ସାମାଜିକ ଶାନ୍ତି ବ୍ୟାଘାତ), ୫୦୬ (ଧମକ), ୫୦୫-୨ (ଉତ୍ତେଜନା ସୃଷ୍ଟି କରିବା ପାଇଁ ଭୁଲ ଉପସ୍ଥାପନା), ୧୨୪ଏ (ବିଦ୍ରୋହ), ୩୪ (ହିଂସା), ୧୨୦ ବି (ଅପରାଧିକ ଷଡଯନ୍ତ୍ର) ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ୨୦୦୦ ଅନୁଯାୟୀ ମାମଲା ରୁଜୁ ହୋଇଛି ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories