www.samajalive.in
Monday, December 8, 2025
27.1 C
Bhubaneswar

୩ ବୁଥ୍‍ ସ୍ତରୀୟ ଅଧିକାରୀଙ୍କ ସହ ସୁପରଭାଇଜର ପୁରସ୍କୃତ

ବାଙ୍କୀ: ଭୋଟର ତାଲିକା ସଂଶୋଧନ କାର୍ଯ୍ୟରେ ସକ୍ରୀୟ ଭାବରେ ଅଂଶଗ୍ରହଣ କରି ନିଜର ଗୁରୁ ଦାୟିତ୍ୱକୁ ତୁଲାଇ ୩ ବୁଥ୍‍ ସ୍ତରୀୟ ଅଧିକାରୀ ଓ ସୁପରଭାଇଜର ପ୍ରଶଂସିତ ହୋଇଛନ୍ତି। ସୂଚନା ଅନୁଯାୟୀ ବାଙ୍କୀ ନିର୍ବାଚନ ମଣ୍ଡଳୀରେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ବାଙ୍କୀ ଏନ.ଏ.ସି (ବେଦପୁର-ବୁଥ୍‍ ନଂ-୧୧୬)ର ବି.ଏଲ.ଓ ଅଜୟ କୁମାର ଦୀକ୍ଷିତ, ବାଙ୍କୀ ବ୍ଲକ ମଧୁଆପଲ୍ଲି ବୁଥ୍‍ ନଂ-୫୬ର ସନ୍ତୋଷ କୁମାର ମହାପାତ୍ର ନିଷ୍ଠା ଓ ଗୁରୁତ୍ୱର ସହ ନିଜର କାର୍ଯ୍ୟ କରିବା ଏବଂ ସମସ୍ତ ବୁଥ୍‍କୁ ପରିଦର୍ଶନ କରି ବି.ଏଲ.ଓଙ୍କ ମାର୍ଗ ଦର୍ଶନରେ ସୁପରିଚାଳନା କରିଥିବା ହେତୁ ସୁପରଭାଇଜର ମାନସ କୁମାର ଦାସ ୧୧ତମ ଜାତୀୟ ମତଦାତା ଦିବସ ପାଳନ ଅବସରରେ ଜାନୁୟାରୀ ୨୫ ତାରିଖ ଦିନ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆୟୋଜିତ ଉତ୍ସବରେ ପ୍ରମାଣପତ୍ର ସହ ପୁରସ୍କାର ଗ୍ରହଣ କରିଛନ୍ତି। ଭୋଟର ତାଲିକା ସଂକ୍ଷିପ୍ତ ସଂଶୋଧନରେ ଉଲ୍ଲେଖନୀୟ କାମ କରିଥିବା ହେତୁ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ମନୋନୀତ ହୋଇ ଏହି ପୁରସ୍କାର ପାଇଥିବା ସୁପରଭାଇଜର କହିଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories