www.samajalive.in
Monday, December 8, 2025
27.1 C
Bhubaneswar

ଗାଙ୍ଗୁଲିଙ୍କର ପୁନର୍ବାର ଆଞ୍ଜିଓପ୍ଲାଷ୍ଟି କଲେ ଡାକ୍ତର, ଆଉ ୨ଟି ଷ୍ଟେଣ୍ଟ ଲାଗିଲା

କଲକାତା: ବିସିସିଆଇ ସଭାପତି ତଥା ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ପୁନର୍ବାର ହୃଦଘାତ ଯୋଗୁ କଲକାତାର ଆପୋଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମାସକ ମଧ୍ୟରେ ୨ୟ ଥର ପାଇଁ ହୃଦ୍‌ଘାତ ଯୋଗୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ତାଙ୍କଠାରେ ପୁନର୍ବାର ଆଞ୍ଜିଓପ୍ଲାଷ୍ଟି କରାଯାଇଛି। ଏଥର ଆଉ ୨ଟି ଷ୍ଟେଣ୍ଟ୍‌ ଲଗାଯାଇଥିବା ପିଟିଆଇ ସୂତ୍ରରୁ ଜଣାପଡ଼ିଛି।

ଗତ ବୁଧବାର ଗାଙ୍ଗୁଲି ଅସୁସ୍ଥ ହୋଇପଡ଼ିବା ସହିତ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତଥର ଗାଙ୍ଗୁଲି ହୃଦ୍‌ଘାତ ଯୋଗୁ ଉଡ୍‌ସଲ୍ୟାଣ୍ଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେତେବେଳେ ତାଙ୍କଠାରେ ଆଞ୍ଜିଓପ୍ଲାଷ୍ଟି କରାଯାଇ ଏକ ଷ୍ଟେଣ୍ଟ ଲଗାଯାଇଥିଲା। ଡାକ୍ତରମାନେ କହିଥିଲେ ଯେ, ଗାଙ୍ଗୁଲିଙ୍କର ୩ଯି ଧମନୀରେ ବ୍ଲକେଜ୍‌ ସୃଷ୍ଟି ହୋଇଛି। ସେଥିରୁ ଗୋଟିଏ ଧମନୀ ୯୦% ବ୍ଲକ ହୋଇଯାଇଥିଲା।

- Advertisement -

ପୁନର୍ବାର ଆଞ୍ଜିଓପ୍ଲାଷ୍ଟି ହେବା ପରେ ଗୁରୁବାର ଗାଙ୍ଗୁଲିଙ୍କର ଚିକିତ୍ସା ସମ୍ବନ୍ଧୀୟ ସମସ୍ତ ପ୍ରକାର ଯାଞ୍ଚ କରାଯିବ। ଏହା ପରେ ତାଙ୍କର ଆଗାମୀ ଚିକିତ୍ସା ପ୍ରକ୍ରିୟା ଚାଲିବ ବୋଲି ହସ୍ପିଟାଲର ବରିଷ୍ଠ ଡାକ୍ତରମାନେ ବିବୃତି ଜାରି କରି ସୂଚନା ଦେଇଛନ୍ତି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories