www.samajalive.in
Monday, December 8, 2025
27.1 C
Bhubaneswar

ବାଇକ-କାର ମୁହାଁମୁହିଁ ଧକ୍କା, ବାଇକ ଚାଳକ ଗୁରୁତର

ଫୁଲବାଣୀ : ଦାରିଙ୍ଗବାଡ଼ି ଥାନା ଅର୍ନ୍ତଗତ ଶ୍ରାନିକେତା ପଂଚାୟତ ଦଣ୍ଡିମାହା ଗ୍ରାମ ୫୯ନଂ ଜାତୀୟ ରାଜପଥରେ ମଙ୍ଗଳବାର ଏକ ବାଇକ ଏବଂ କାର ମୁହାଁମୁହିଁ ଧକ୍କା ହେବା ଦ୍ୱାରା ବାଇକ ଚାଳକ ଗୁରୁତର ଆହତ ହୋଇଥିବା ଦେଖିବାକୁ ମିଳିଛି। ଗୁରୁତର ଆହତ ହୋଇଥିବା ବାଇକ ଚାଳକ ଜଣକ ହେଲେ କୁସିପଙ୍କା ଗ୍ରାମର ସୁନୀଲ ପ୍ରଧାନ।

ସୂଚନା ପ୍ରକାରେ, ଏକ ଇଣ୍ଡିକା କାର ଦ୍ୱାରା ବଙ୍ଗାଳୀ ପର୍ଯ୍ୟଟକମାନେ ଦାରିଙ୍ଗବାଡ଼ିଠାରୁ ସିମନବାଡ଼ି ଅଂଚଳରେ ଥିବା ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଆସୁଥିବା ବେଳେ ଦଣ୍ଡିମାହାଠାରେ ସିମନବାଡ଼ିରୁ ଦାରିଙ୍ଗବାଡ଼ି ଯାଉଥିବା ସୁନୀଲ ପ୍ରଧାନଙ୍କ ବାଇକକୁ ମୁହାଁମୁହିଁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ସୁନୀଲଙ୍କର ୨ଟି ଗୋଡ଼ ଭାଙ୍ଗିଯାଇଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ସୂଚନା ପାଇବା ପରେ ତାଙ୍କ ତତ୍ୱାବଧାନରେ ସବଇନ୍ସପେକ୍ଟର ସୌମ୍ୟରଂଜନ ଜେନା ଘଟଣା ସ୍ଥଳରେ ପହଂଚି ଆହତଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲେ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories