www.samajalive.in
Monday, December 8, 2025
27.1 C
Bhubaneswar

ଶୁଖା ନଡ଼ିଆର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କ୍ୟାବିନେଟର ଅନୁମୋଦନ

https://youtu.be/2UuynKbwql4

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି ୨୦୨୧ ଋତୁ ପାଇଁ ଶୁଖା ନଡ଼ିଆର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ଅନୁମୋଦନ କରିଛି। ସର୍ବୋତ୍ତମ ହାରାହାରି ଗୁଣବତ୍ତା ଶୁଖା ନଡ଼ିଆର ଏମଏସପି ୩୭୫ ଟଙ୍କାକୁ ବୃଦ୍ଧି କରାଯାଇଛି ଫଳରେ ଏହାର ମୂଲ୍ୟ ୨୦୨୦ରେ କ୍ୱିଣ୍ଟାଲ ପିଛା ୯୯୬୦ରୁ ୨୦୨୧ ଋତୁ ପାଇଁ କ୍ୱିଣ୍ଟାଲ ପିଛା ୧୦ ହଜାର ୩୩୫ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଗୋଲାକାର ଶୁଖା ନଡ଼ିଆର ଏମଏସପି ମଧ୍ୟ ୩୦୦ ଟଙ୍କା ବୃଦ୍ଧି ପାଇ ୨୦୨୦ରେ କ୍ୱିଣ୍ଟାଲ ପିଛା ୧୦ ହଜାର ୩୦୦ରୁ ୨୦୨୧ପାଇଁ କ୍ୱିଣ୍ଟାଲ ପିଛା ୧୦ ହଜାର ୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

- Advertisement -

କୃଷି ମୂଲ୍ୟ ଏବଂ ମୂଲ୍ୟ ଆୟୋଗର ସୁପାରିଶ ଅନୁଯାୟୀ କ୍ୟାବିନେଟ କମିଟି ଏହି ନିଷ୍ପତ୍ତି ଗ୍ରହଣ କରିଛି। ୨୦୧୨ ସୁଦ୍ଧା କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ଦିଗରେ ସର୍ବନିମ୍ନ ୫୦ ପ୍ରତିଶତ ଲାଭ ନିଶ୍ଚିତ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଇଛି। ଜାତୀୟ କୃଷି ସମବାୟ ମାର୍କେଟିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ନାଫେଡ୍) ଏବଂ ଭାରତୀୟ ଜାତୀୟ ସମବାୟ ଗ୍ରାହକ ସଂଘ (ଏନସିସିଏଫ୍) ନଡିଆ ଉତ୍ପାଦନ କରୁଥିବା ରାଜ୍ୟରେ ଏମଏସପି କାର୍ଯ୍ୟକାରୀ ପାଇଁ କେନ୍ଦ୍ରୀୟ ନୋଡାଲ ଏଜେନ୍ସି ଭାବରେ କାର୍ଯ୍ୟ ଜାରି ରଖିବ ବୋଲି ସୂଚନା ଦିଆଯାଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories