www.samajalive.in
Sunday, December 7, 2025
15.1 C
Bhubaneswar

ଗଣତନ୍ତ୍ର ଦିବସ ଅବସରରେ ଗୁଗୁଲ ପ୍ରସ୍ତୁତ କରିଛି ସ୍ୱତନ୍ତ୍ର ଡୁଡଲ ; ଏଥିରେ ରହିଛି ଭାରତୀୟ ଐତିହ୍ୟର ଝଲକ

ନୂଆଦିଲ୍ଲୀ : ସାରା ଦେଶ ଆଜି ୭୨ତମ ଗଣତନ୍ତ୍ର ଦିବସକୁ ଖୁବ ଖୁସି ଓ ସମ୍ପୂର୍ଣ୍ଣ ଉତ୍ସାହ ସହ ପାଳନ କରୁଛି। ୨୬ ଜାନୁଆରୀ ଦିନ ସାରା ବିଶ୍ୱ ଭାରତର ସାଂସ୍କୃତିକ, ଐତିହ୍ୟ, ସାମରିକ ଶକ୍ତି ଓ ବିକାଶକୁ ଦେଖିଥାଏ। ଯାହା ପ୍ରତ୍ୟେକ ଭାରତବାସୀଙ୍କ ପାଇଁ ଗର୍ବର ବିଷୟ। କରୋନା ବିପଦ ମଧ୍ୟରେ ଚଳିତ ବର୍ଷ ଗଣତନ୍ତ୍ର ଦିବସ ସ୍ୱତନ୍ତ୍ର ଉପାୟରେ ପାଳନ କରାଯାଉଛି। ଏହାସହ ଆଜିର ଏହି ମହାନ ଦିନରେ ଗଣତନ୍ତ୍ର ଦିବସକୁ ସ୍ୱତନ୍ତ୍ର କରି ଗୁଗୁଲ ମଧ୍ୟ ଡୁଡଲ ପ୍ରସ୍ତୁତ କରିଛି। ଗଣତନ୍ତ୍ର ଦିବସରେ ଏକ ସ୍ୱତନ୍ତ୍ର ଡ଼ୁଡଲ ତିଆରି କରି ଗୁଗୁଲ ଭାରତବାସୀଙ୍କୁ ଶୁଭେଚ୍ଛା ଜଣାଇଛି।
୭୨ ତମ ଗଣତନ୍ତ୍ର ଦିବସ ଅବସରେ ଗୁଗୁଲ ଏହି ସ୍ୱତନ୍ତ୍ର ଡୁଡଲ ପ୍ରସ୍ତୁତ କରିଛି ଯେଉଁଥିରେ ଭାରତୀୟ ସଂସ୍କୃତି, ଐତିହ୍ୟର ଝଲକ ଦେଖିବାକୁ ମିଳିଛି। ଏହି ଡୁଡଲରେ ଭାରତ ବିକାଶ ଆଡକୁ ଅଗ୍ରସର ହେଉଥିବା ଦେଖାଯାଉଛି।
ଗୁଗୁଲର ହୋମ ପେଜକୁ କ୍ଲିକ କରିବା ମାତ୍ରେ ଡୁଡଲ ଦେଖାଯାଉଛି। ଏହି ଡୁଡଲରେ ଗୁଗୁଲ ଭାରତର ବିଭିନ୍ନ ରାଜ୍ୟର ସଂସ୍କୃତିକୁ ଦେଖାଇବାକୁ ଚେଷ୍ଟା କରିଛି।
ଗୁଗୁଲର ଏହି ସ୍ୱତନ୍ତ୍ର ଡୁଡଲ ଉପରେ କ୍ଲିକ କରିବା ମାତ୍ରେ ଏକ ନୂତନ ଗୁଗୁଲ ପୃଷ୍ଠା ଖୋଲୁଛି। ଏହି ପୃଷ୍ଠା ଭାରତର ଗଣତନ୍ତ୍ର ଦିବସ ଉପରେ ଆଧାରିତ। ଏଥିରେ ଗଣତନ୍ତ୍ର ଦିବସ ସହ ଜଡିତ ଫଟୋ, ଖବର, ବହୁ ସୂଚନା ସହ ଅନ୍ୟାନ୍ୟ ବହୁ ଜାଣିବା ଜିନିଷ ମଧ୍ୟ ରହିଛି। ଏଠାରେ ଲୋକେ ସହଜରେ ଗଣତନ୍ତ୍ର ଦିବସ ସହ ଜଡିତ ତଥ୍ୟ ବିଷୟରେ ଦେଖିପାରିବେ ଓ ଜାଣି ପାରିବେ।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories