www.samajalive.in
Monday, December 8, 2025
20.1 C
Bhubaneswar

ସକାଳେ ନଡ଼ିଆ, ଶଙ୍ଖ, ମୟୂର, ହଂସ କିମ୍ବା ଫୁଲ ଦେଖିବା ଶୁଭ ସଙ୍କେତ

ଏପରି କିଛି ସଙ୍କେତ ଓ ଘଟଣା ଯାହା ଆପଣଙ୍କୁ ଶୁଭ ସଙ୍କେତ ପ୍ରଦାନ କରିଥାଏ। ଦିନଟି ମଧ୍ୟ ଖୁବ ହସଖୁସିରେ ଅତିବାହିତ ହୋଇଥାଏ। ସକାଳ ସମୟରେ ଆମ ମନ ଖୁବ ଶାନ୍ତ ରହିଥାଏ। ଜାଣନ୍ତୁ  ସକାଳର ସମୟରେ କେଉଁ ସଙ୍କେତ ଶୁଭ ଓ ଅଶୁଭ ………
ନଡ଼ିଆ, ଶଙ୍ଖ, ମୟୂର, ହଂସ କିମ୍ବା ଫୁଲ ସକାଳ ସମୟରେ ଦେଖିଲେ ଜାଣିବେ ଆପଣଙ୍କ ସମ୍ପୂର୍ଣ୍ଣ ଦିନଟି ଖୁବ ଖୁସିରେ ବିତିବ।
ଶାସ୍ତ୍ରରେ କୁହାଯାଇଛି ଯେ, ହସ୍ତର ପାପୁଲିରେ ଭଗବାନଙ୍କ ଶକ୍ତି ରହିଥାଏ। ତେଣୁ ସକାଳୁ ଉଠି ପ୍ରଥମେ ନିଜର ପାପୁଲିକୁ ଦର୍ଶନ କରିବା ଦ୍ୱାରା ଆପଣଙ୍କୁ ଦିନଟି ଖୁବ ଶୁଭତ୍ୱ ଫଳ ପ୍ରଦାନ କରିଥାଏ। କାର୍ୟ୍ୟରେ ମଧ୍ୟ ସଫଳତା ମିଳିଥାଏ।
ସକାଳୁ ଉଠିବା ପରେ ଯଜ୍ଞ କିମ୍ବା ଅଗ୍ନିର ଦୃଶ୍ୟ ଦେଖିଲେ ଦିନଟି ଆପଣଙ୍କ ପାଇଁ ଖୁବ ଉତ୍ତମ ଓ ଶୁଭ ହୋଇଥାଏ।
ସକାଳ ସମୟରେ ଆପଣଙ୍କ ଆଖି ଖୋଲିବା ମାତ୍ରେ ଯଦି ଶୃଙ୍ଗାର କରିଥିବା କୌଣସି ନାରୀ ଆପଣଙ୍କ ସମ୍ମୁଖକୁ ଆସିଥାଆନ୍ତି, ତେବେ ଜାଣନ୍ତୁ ବହୁ ଆଗରୁ ଅଟକି ରହିଥିବା କାର୍ୟ୍ୟରେ ଆପଣଙ୍କୁ ସଫଳତା ମିଳିବ।
ଆପଣ ନିଜ କାର୍ୟ୍ୟକୁ ବାହାରିବା ସମୟରେ ଯଦି କୌଣସି ସଫାକାର୍ୟ୍ୟ କରୁଥିବା କର୍ମଚାରୀ ସାମ୍ମନାକୁ ଆସି ଯାଆନ୍ତି ତେବେ ଏହାକୁ ଶୁଭ ସଙ୍କେତ ବୋଲି କୁହାଯାଏ।
ସକାଳେ ଉଠିବା ପରେ ଯଦି ଶଙ୍ଖ କିମ୍ବା ମନ୍ଦିରର ଘଣ୍ଟ ଶବ୍ଦ ଶୁଭାଯାଏ, ତେବେ ଜାଣନ୍ତୁ ଆପଣଙ୍କୁ କିଛି ଶୁଭ ଖବର ନିଶ୍ଚୟ ମିଳିବ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories