www.samajalive.in
Monday, December 8, 2025
27.1 C
Bhubaneswar

କବିସୌରଭ ତଥା ଅବସରପ୍ରାପ୍ତ ଶିକ୍ଷକ ନୃସିଂହ ଚରଣ ବିଶ୍ୱାଳଙ୍କ ପରଲୋକ

ଗଡ଼ମଧୁପୁର : ବିଶିଷ୍ଟ ଗାଳ୍ପିକ, ଶିଶୁ ସାହିତ୍ୟିକ, କବିସୌରଭ, ମଞ୍ଚକଳାକାର, ଆକାଶବାଣୀ କଟକର କଥାକାର, ତଥା ଆଦର୍ଶ ଗାନ୍ଧୀବାଦୀ ଆବସରପ୍ରାପ୍ତ ଶିକ୍ଷକ ନୃସିଂହ ଚରଣ ବିଶ୍ୱାଳଙ୍କର ପରଲୋକ ଘଟିଛି। ଗତକାଲି ରାତି ୧୧ଟା ୪୦ ମିନିଟ ସମୟରେ ଧର୍ମଶାଳା ବ୍ଲକ ମଧୁପୁରଗଡ ପଂଚାୟତ ଭୂବନପୁରସ୍ଥ ବାସଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା। କୃଷି ବିଭାଗର ଜଣେ କର୍ମଚାରୀ ଭାବରେ ନିଜର ଚାକିରି ଜୀବନ ଆରମ୍ଭ କରିଥିବା ନୃସିଂହ ଚରଣ ବିଶ୍ୱାଳ ପରବର୍ତ୍ତୀ ସମୟର ଅଧିକ ଦରମା ର ଲୋଭକୁ ତ୍ୟାଗ କରି ସମାଜରେ ଶିକ୍ଷା ବାଣ୍ଟିବାର ନିଷ୍ପତ୍ତି ନେଇ ଶିକ୍ଷକତା କରିଥିଲେ । କମ ଦରମା ପାଇ ମଧ୍ୟ ସେ ଆତ୍ମ ସନ୍ତୋଷ ଲାଭ କରୁଥିଲେ। ଏ ଅଂଚଳରେ ନୁହେଁ ସାରା ଜିଲା ଓ ଜିଲା ବାହାରେ ସେ ଜଣେ ଗାନ୍ଧୀବାଦୀ ସୁଶିକ୍ଷକ ଭାବରେ ଜଣାଶୁଣା ଥିଲେ। କଟକ ଆକାଶବାଣୀ କେନ୍ଦ୍ରର କଥାକାର ଭାବରେ କାର୍ଯ୍ୟ କରିଥିବା ବେଳେ ଗଳ୍ପ ଓ ଗୀତ ବାରମ୍ବାର ପଠାଉଥିଲେ। ଜଣେ ଶିଶୁ ସାହିତ୍ୟିକ ଭାବରେ ସେ କବିସୌରଭ ଭାବରେ ସମ୍ବର୍ଦ୍ଧିତ ହୋଇ ନିଜ ଅଂଚଳ ପାଇଁ ସୁନାମ ଅଣିଥିଲେ। ନିଜ ଚାକିରିକାଳ ମଧ୍ୟରେ ଦୁଇଟି ବିଦ୍ୟାଳୟ ଭୂବନପୁର ଓ ଗଡମଧୁପୁର ବିଦ୍ୟାଳୟରେ ଶିକ୍ଷକତା କରି ଜଣେ ଦାୟିତ୍ୱ ସମ୍ପନ୍ନ ଶିକ୍ଷକର ଦାୟିତ୍ୱ ତୁଳାଇଥିଲେ। ସେ ଦୈନିକ ଖବର କାଗଜ ‘ସମାଜ’ର ଜଣେ ନିୟମିତ ପାଠକ ଥିଲେ। ତାଙ୍କର ବିୟୋଗରେ ସାରା ମଧୁପୁରଗଡ ଅଂଚଳରେ ଶୋକର ଛାୟା ଖେଳିଯାଇଥିଲା। ମୃତ୍ୟୁ ଖବର ପାଇ ତାଙ୍କର ଶେଷ ଦର୍ଶନରେ ବରିଷ୍ଟ ସାମ୍ବାଦିକ ଗୋକର୍ଣ୍ଣିକା ସାହିତ୍ୟ ସମାଜର ସମ୍ପାଦକ ରମାକାନ୍ତ ଜେନା, ସମାଜସେବୀ ଗୋଲଖ ପଲେଇ, ଶ୍ରମିକ ନେତା ନୃସିଂହ ଚରଣ ମିଶ୍ର, ସାହିତ୍ୟିକ ସଂଗ୍ରାମ ଜେନା, ବିଜେପିନେତା କାହ୍ନୁଚରଣ ଦାସ, ପ୍ରହଲ୍ଲାଦ ଲେଙ୍କା, ପଂଚାୟତ ସଭାପତି ଜଗଦୀଶ ଜେନାମଣୀ, ସନ୍ତୋଷ କୁମାର ବିଶ୍ୱାଳ, ସାମ୍ବାଦିକ ପ୍ରବୋଧ କୁମାର ମିଶ୍ର, ବସନ୍ତ କୁମାର ନାୟକ, ଶୁସାନ୍ତ ଗୋତ୍ସାୟତ, ଦୀଲିପ ପରିଡା, ଅନିଲ ନାୟକ ବିଶିଷ୍ଟ ଶିକ୍ଷାବିତ ସନ୍ତୋଷ କୁମାର ବେହେରା, ଅଲେଖ ଚନ୍ଦ୍ର ସାହୁ, ପ୍ରଭାକର ଦାସ, କୁଳମଣୀ ରଣା, ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ତାଙ୍କର ମରଶରୀରକୁ ଏକ ଶୋଭାଯାତ୍ରାରେ ନେଇ ପଂଚାୟତ ପରିକ୍ରମା କରିବା ପରେ ଗ୍ରାମ ସ୍ମଂଶାନରେ ଶୋକାକୂଳ ପରିବେଶ ମଧ୍ୟରେ ଶବ ସଂସ୍କାର କରାଯାଇଥିଲା। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ, କନ୍ୟା ମମତା ବିଶ୍ୱାଳ, ଜାମାତା ହରମୋହନ ଧଳ ଓ ଦୁଇନାତି ଉପସ୍ଥିତ ଥିଲେ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories