www.samajalive.in
Monday, December 8, 2025
17.1 C
Bhubaneswar

ବାପକୁ ମିଳିଲାନି ପୁଅର କାନ୍ଧ ; ଝିଅମାନେ କଲେ ଅନ୍ତିମ ସଂସ୍କାର

ପାଟଣା : ବାପାକୁ ମିଳିଲାନି ପୁଅର କାନ୍ଧ। ଶେଷରେ ଝିଅମାନେ କରିଛନ୍ତି ଅନ୍ତିମ ସଂସ୍କାର। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ପିପିଳିଆ ଗ୍ରାମରେ।

ଗ୍ରାମର ଧିର ବାରିକଙ୍କର ୭୧ ବର୍ଷ ବୟସରେ ପରଲୋକ ଘଟିଛି। ଧିର ବାରିକଙ୍କ ଦୁଇ ପୁଅ ଗୁରୁଚରଣ ବାରିକ, ସାନ ପୁଅ ପଦ୍ମଲୋଚନ ବାରିକ ଏବଂ ତିନି ବିବାହିତା ଝିଅ ବାସନ୍ତୀ ବାରିକ, କୁନି ବାରିକ ଓ ସୁଲୋଚନା ବାରିକ। ଦୀର୍ଘ ୭ ବର୍ଷ ତଳେ ପାରିବାରିକ କଳହରୁ ନିଜ ଘରୁ ବାହାରି ନିଜ ବିବାହିତା ଝିଅ ଗ୍ରାମର ବାସନ୍ତୀ ବାରିକଙ୍କ ଘରେ ଧିର ରହି ଆସୁଥିଲେ। ଗତ ରାତି ଧିର ବାରିକଙ୍କର ମୃତ୍ୟୁ ଘଟିଥିଲା। ଖବର ପ୍ରଘଟ ହେବା ପରେ ସାହି ଲୋକ ରୁଣ୍ଡ ହୋଇଥିଲେ। ମୃତ ବାପାର ସଂସ୍କାର ପାଇଁ ଦୁଇ ପୁଅ ଏବଂ ତିନି ଝିଅଙ୍କ ମଧ୍ୟରେ ବିବାଦ ହେବାପରେ ସ୍ଥାନୀୟ ସରପଞ୍ଚ ଢେଙ୍କିକୋଟ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡା ପହଞ୍ଚି ଉଭୟ ପୁଅ ଝିଅଙ୍କୁ ବୁଝାସୁଝା କରିବା ପରେ ଝିଅମାନେ କହିଲେ ଯେ, ଆମେ ବାପଙ୍କ ତିନି ଝିଅ ଅଛୁ ଭାଇମାନଙ୍କୁ ଶବ ଦେବୁ ନାହିଁ କି ବାପଙ୍କ ଶବକୁ କାନ୍ଧରେ ବୋହିବାକୁ ଦେବୁ ନାହିଁ। ଆମେ ହିଁ ବାପଙ୍କ ଅନ୍ତିମ ସଂସ୍କାର କରିବୁ ବୋଲି କହିଥିଲେ। ପୋଲିସ ଉପସ୍ଥିତିରେ ବୁଝାମଣା ସରିଲା ପରେ ଝିଅମାନଙ୍କୁ ବାପର ଅନ୍ତିମ ସଂସ୍କାର ଦାୟିତ୍ଵ ଦିଆଯାଇଛି। ପୁଅମାନେ କେବଳ କ୍ରିୟା କର୍ମ କରିବାର ଅଧିକାର ପାଇଛନ୍ତି। ଧିର ବାରିକଙ୍କ ସଂସ୍କାର ପାଇଁ ସରପଞ୍ଚ ଗୋଲାପ ନାଏକଙ୍କ ନିର୍ଦ୍ଦେଶକ୍ରମେ ୱାର୍ଡ ମେମ୍ବର ରଙ୍ଗାଧର ନାୟକ ଓ ସାମାଜିକ କର୍ମୀ ଅଲେଖ ଚନ୍ଦ୍ର ନାୟକ ମୃତକଙ୍କ ଘରକୁ ଯାଇ ହରିଶ୍ଚନ୍ଦ୍ର ଯୋଜନାରେ ୨୦୦୦ ଟଙ୍କା ପ୍ରଦାନ କରିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories