www.samajalive.in
Monday, December 8, 2025
17.1 C
Bhubaneswar

ଅନଲାଇନ୍ ଜଳକର ସଂଗ୍ରହକୁ ଓଡ଼ିଶା ରାଜ୍ୟ କୃଷକ ସଂଗଠନର ବିରୋଧ, ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ରେଙ୍ଗାଲିକ୍ୟାମ୍ପ : ଅଦ୍ୟାବଧି କୃଷକମାନେ ଆର୍‌ଆଇ ଅଫିସରେ ଜଳକର ପୈଠ କରି ଆସୁଥିଲେ। କିନ୍ତୁ ଚଳିତ ବର୍ଷଠାରୁ ଅନଲାଇନ ମାଧ୍ୟମରେ ଜଳକର ପୈଠ କରିବା ପାଇଁ ଆର୍‌ଆଇମାନେ କହୁଛନ୍ତି। ଏହି ବିଷୟରେ ଜାଣିବା ପରେ ଓଡ଼ିଶା ରାଜ୍ୟ କୃଷକ ସଂଗଠନର ସଭାପତି ହାରାଧନ୍ ପ୍ରଧାନ ଓ ସମ୍ପାଦକ ଲୋକେଶ୍ୱର ପ୍ରଧାନ ଅତାବିରା ତହସିଲ ଅଫିସରେ ତହସିଲଦାରଙ୍କ ସହ ବିଶଦ ଆଲୋଚନା କରିଥିଲେ। ତହସିଲଦାର ଅନଲାଇନ ମାଧ୍ୟମରେ ଜଳକର ଆଦାୟ ହେବ  ବୋଲି ସିଧାସଳଖ କହିଥିଲେ। ଯଦ୍ୱାରା କୃଷକ ସଂଗଠନର ଆଶଙ୍କା ବଢ଼ିଯାଇଥିଲା। କାରଣ ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳରେ ଚାଷୀମାନେ ଏକ ଜମାଲି ମାଲିକାନାରେ ରହିଛନ୍ତି। ଆର୍‌ଆଇମାନଙ୍କ ଦ୍ଵାରା ଖଜଣା ପାଉତି ଅଂଶୀଦାର ସମସ୍ତଙ୍କ ଠାରୁ ଜଳକର ସଂଗ୍ରହ କରାଯାଉଥିଲା। ହେଲେ ବର୍ତ୍ତମାନ ଅନଲାଇନ ମାଧ୍ୟମରେ ଜଳକର ଆଦାୟ କରାଗଲେ କେବଳ ଜଣକର ନାମରେ ଜଳକର ଦାଖଲ ହେବ। ଯାହା ଫଳରେ ଅନ୍ୟ ଚାଷୀମାନେ ସମସ୍ୟାର ସମ୍ମୁଖୀନ ହେବେ। ଏହି ଅନୁସାରେ ଧାନ ବିକ୍ରି ପାଇଁ ପଞ୍ଜୀକରଣ ସମୟରେ କେବଳ ଅନଲାଇନରେ ଦେୟ କରିଥିବା ଚାଷୀଙ୍କ ନାମ ପଞ୍ଜିକରଣ ହେବ। ଅନ୍ୟ ସମସ୍ୟା ଚାଷୀ ଏଥିରୁ ବାଦ୍ ପଡ଼ିବାର ଆଶଙ୍କା ରହିଛି। ଏହି ଆଶଙ୍କା ନେଇ କୃଷକ ସଂଗଠନ ତହସିଲଦାରଙ୍କ ସହ ଦୀର୍ଘ ସମୟ ଧରି ବିସ୍ତୃତ ଆଲୋଚନା କରିଥିଲେ। ତହସିଲଦାର ମଧ୍ୟ ଅନଲାଇନ ଜଳକର ବ୍ୟବସ୍ଥାକୁ ସ୍ବୀକାର କରିଥିଲେ । ଫଳରେ ସଂଗଠନ ସରକାର ତଥା ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଏହି ବିଷୟରେ ଆଲୋଚନା କରି ପୂର୍ବ ଭଳି ଜଳକର ଆଦାୟ ବ୍ୟବସ୍ଥା ଲାଗୁ କରିବା ପାଇଁ ଲିଖିତ ଭାବରେ ତହସିଲଦାରଙ୍କୁ ଦାବି ଜଣାଇଥିଲେ। ଏହି ଆଲୋଚନାରେ ବସନ୍ତ ବାରିକ୍,ପଲଉ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories