www.samajalive.in
Monday, December 8, 2025
20.1 C
Bhubaneswar

ବୌଦ୍ଧ ଜିଲ୍ଲାରେ ସଫେଇ କର୍ମଚାରୀଙ୍କଠାରୁ କୋଭିଡ୍‍-୧୯ ଟୀକାକରଣ ଆରମ୍ଭ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ କୋଭିଡ୍‍ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ବୌଦ୍ଧ ସଦରର କୋଭିଡ୍‍ ହେଲ୍‍ଥ ସେଣ୍ଟର୍‍ ସମେତ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ବାଉଁଶୁଣୀ ଓ ମନମୁଣ୍ଡା ଉଚ୍ଚପ୍ରାଥମିକ ବିଦ୍ୟାଳୟ ଏହପରି ସମୁଦାୟ ତିନିଟି ସ୍ଥାନରେ କୋଭିଡ୍‍ ଟୀକାକରଣ ପାଇଁ ସବୁ ପ୍ରକାର ଆନୁସଙ୍ଗିକ ପ୍ରସ୍ତୁତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ କରାଯାଇଥିଲା। ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଆନୁଷ୍ଠାନିକ ଭାବେ କୋଭିଡ୍‍ ହେଲ୍‍ଥ ସେଣ୍ଟର୍‍ ବୌଦ୍ଧଠାରେ କୋଭିଡ୍‍ ଟୀକାକରଣ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ପ୍ରଥମ ହିତାଧିକାରୀ ରୂପେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମଚାରୀ ମହେନ୍ଦ୍ର ମୁଖୀ ଟିକା ନେଇଥିଲେ ଓ ପରେପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ, ଏଡିଏମ୍‍ଓ ମେଡିକାଲ୍‍ ଡା. କିଶୋର ଚନ୍ଦ୍ର ପଟ୍ଟନାୟକ, ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡା. ମଦନମୋହନ ପ୍ରଧାନ ତଥା ଅନ୍ୟ ସମସ୍ତ ଡାକ୍ତର, ଷ୍ଟାଫନର୍ସ, ସ୍ୱାସ୍ଥ୍ୟକର୍ମୀମାନେ ଟୀକା ନେଇଥିଲେ।

ପ୍ରଥମ ପର୍ଯ୍ୟାୟ କୋଭିଡ୍‍ ଟିକାକରଣ ନିମନ୍ତେ ଜିଲ୍ଲାରେ ୩୦୦୩ ଜଣ ଆଗଧାଡ଼ିର ସ୍ୱାସ୍ଥ୍ୟକର୍ମୀଙ୍କୁ ପଂଜିକରଣ କରାଯାଇଛି। ଏଥିନିମନ୍ତେ ଜିଲ୍ଲାର ଟିକାକେନ୍ଦ୍ର ଗୁଡ଼ିକରେ ପୃଥକ ଭାବେ କଂପ୍ୟୁଟରୀକୃତ ପଂଜିକରଣ, ଟିକାକରଣ ଓ ନିରୀକ୍ଷଣ କକ୍ଷ ଚିହ୍ନଟ ସହ, ୫ ଜଣିଆ ଟୀକାଦାନ କର୍ମୀ, ପିଇବା ପାଣି, ଟିକାକରଣ ପରବର୍ତି ପାର୍ଶ୍ବପ୍ରତିକ୍ରିୟାକୁ ପରିଚାଳନା କରିବା ପାଇଁ ଡାକ୍ତରୀ ଟିମ୍‍ ଗଠନ କରାଯାଇଛି। ବୌଦ୍ଧ ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟ କୋଭିଡ୍‍ ଟୀକାକରଣ ନିମନ୍ତେ ୧୯୫ ଗୋଟି କୋଭିସିଲ୍ଡ ଭ୍ୟାକ୍ସିନ୍‍ ଭାଏଲ୍‍ ଆସିଅଛି। ପ୍ରଥମ ଦିନରେ ୩୦୦ ପଂଜିକୃତ ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭିଡ୍‍ ଟୀକାଦାନ କରିବାକୁ ଧାର୍ଯ୍ୟ ହୋଇଥିବା ବେଳେ ବୌଦ୍ଧ ସଦରରେ ୧୦୫ ଜଣ, ବାଉଁଶୁଣୀରେ ୧୦୦ ଏବଂ ମନମୁଣ୍ଡାରେ ୧୦୨ ଜଣ ଏହିପରି ସମୁଦାୟ ୩୦୭ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକା ଦିଆ ଯାଇଥିଲା ଏବଂ ଶେଷସୁଦ୍ଧା କାହାରିଠାରେ ଟୀକାକରଣ ଜନିତ କୌଣସି ପାର୍ଶ୍ବପ୍ରତିକ୍ରିୟାର ସୂଚନା ନଥିଲା।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories