www.samajalive.in
Sunday, December 7, 2025
14.1 C
Bhubaneswar

କ୍ରାଇମବ୍ରାଞ୍ଚ ଏସଟିଏଫର ଚଢାଉ, କୋଟିଏ ଟଙ୍କାର ହାଡ୍‌କୋକ୍‌ ଜବତ

ଗୁରୁଡିଝାଟିଆ: ରାଜ୍ୟ କ୍ରାଇମବ୍ରାଞ୍ଚର ଏସଟିଏଫ ଟିମ ଆଜି ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ବଉଳ ଓ ଚୌଦ୍ୱାର ଥାନା ଅନ୍ତର୍ଗତ ନୂଆପାଟଣା ଠାରେ ଚଢାଉ କର ପ୍ରାୟ ୧କୋଟି ଟଙ୍କାର ହାଡ୍‌କୋକ୍‌ ଜବତ କରିଛନ୍ତି। ଏହି ଚୋରା କାରବାରର ମାଷ୍ଟରମାଇଣ୍ଡ ଥିବା ଜୈନିକ ଯୁବକକୁ ଅଟକ ରଖି ଅଧିକ ତଥ୍ୟ ହାସଲ କରିବା ପାଇଁ ପଚରାଉଚରା ଚାଲିଛି। ଆଜି ଅପରାହ୍ନ ପ୍ରାୟ ୧୨ଟା ବେଳେ ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଅତିରିକ୍ତ ଏସପି ତେଜରାଜ ପଟେଲଙ୍କ ନେତୃତ୍ୱରେ ଡିଏସପି ପ୍ରବୀଣ ତ୍ରିପାଠୀ, ଇନ୍ସପେକ୍ଟର ଅଶୋକ କୁମାର ଗିରି, ସବଇନ୍ସପେକ୍ଟର ନଳୀନିକାନ୍ତ ଦାସ ପ୍ରମୁଖ ଚଢାଉରେ ଅଂଶଗ୍ରହଣ କରି ୯ଟି ହାଡକୋକ ବୋଝେଇ ଟ୍ରକ ଓ ଗୋଟିଏ ଜେସିବିକୁ ଜବତ କରିଛନ୍ତି। ଜବତ ଗାଡିଗୁଡିକୁ ଚୌଦ୍ୱାର ପୁଲିସକୁ ହସ୍ତାନ୍ତର କରିଛନ୍ତି।


ପ୍ରକାଶଯୋଗ୍ୟ ଅଟକ ଥିବା ମାଷ୍ଟରମାଇଣ୍ଡ କୋଇଲା ଓ ହାଡ୍‌କୋକ୍‌ ବୋଝେଇ ଟ୍ରକ ଚାଳକମାନଙ୍କୁ ପ୍ରଲୋଭିତ କରି ଅତି ଚତୁରତାର ସହିତ ପ୍ରତ୍ୟେକ ଟ୍ରକ ଗୁଡିକରୁ ଦୁଇଟନ ଲେଖାଏଁ ହାଡ୍‌କୋକ୍‌ ଓ କୋଇଲା ଖାଲି କରିବା ପରେ ଟ୍ରକ ଭିତରେ କୋଇଲାଗୁଣ୍ଡ ଭରିକରିଥାଏ। ଯଦ୍ୱାରା କି କୋଇଲାର ପୂର୍ବ ଓଜନ ବଜାୟ ରହିଥାଏ। ଅତି କୌଶଳରେ ଟ୍ରକମାନଙ୍କରୁ ଖାଲି କରୁଥିବା ବେଳେ ଟ୍ରକର ସିଲକୁ ମଧ୍ୟ ଫିଟାଯାଇନଥାଏ। ଏହି ଚୋରା କାରବାର ୫୫ ନଂ ଜାତୀୟ ରାଜପଥ ପାଶ୍ୱରେ ରୀତିମତ କରାଯାଉଥିଲା। କିଭଳି ଭାବରେ ଏହି ଚୋରା କାରବାରକୁ ଚୌଦ୍ୱାର ଓ ଗୁରୁଡିଝାଟିଆ ପୋଲିସ ଜାଣିପାରୁନଥିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅଟକ ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳରେ ନିଜର ପ୍ରଭାବ ବିସ୍ତାର କରି ଏହି କାରବାର କରିଚାଲିଥିଲା। ଭୟରେ କେହି ମୁହଁ ଖୋଲୁନଥିଲେ। ଆଜିର ଚଢାଉରେ ଭାଗ ନେଇଥିବା ଏସଟିଏଫ ଟିମର ବରିଷ୍ଠ ଅଧିକାରୀଙ୍କ ଠାରୁ ପ୍ରକାଶ ଝାଡଖଣ୍ଡର ଧାନବାଦରୁ ହାଡ୍‌କୋକ୍‌ ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନକୁ ଗଲାବେଳେ ବାଟରେ ଚାଳକମାନେ ଲୋଭର ବଶବର୍ତ୍ତି ହୋଇ ରାଜପଥ ପାଶ୍ୱର୍ରେ ବେଆଇନ ହାଡ୍‌କୋକ୍‌ ଓ କୋଇଲା ଡିପୋ ମାନଙ୍କରେ ଖାଲି କରିବା ସହିତ ମୋଟା ଅଙ୍କର ଟଙ୍କା ପାଇଥାନ୍ତି।
ଚୋରା କୋଇଲା ଓ ହାଡ୍‌କୋକ୍‌ ଡିପୋ କରିଥିବା ବେପାରୀମାନେ କଳାଟଙ୍କାର ମାଲିକ ହୋଇ ଲାଲେଲାଲ୍ ହେବାରେ ଲାଗିଛନ୍ତି। ଏହି ଚଢାଉ ସମୟରେ ଏସଟିଏଫ ଟିମକୁ ନିଧିପୁର ଆରଆଇ ସୁଚନ୍ଦ୍ର ମହାନ୍ତି, ଖୁଣ୍ଟୁଣୀ ଆରଆଇ ପ୍ରଭାତ କୁମାର ଖୁଣ୍ଟିଆ ଓ ଇନ୍ଦ୍ରାଣୀ ପାଟଣା ଆରଆଇ ଆଶିଷ କୁମାର ସାହୁ ସହଯୋଗ କରିଥିବା ବେଳେ ଚୌଦ୍ୱାର ଟିପିଏମ ପୁଲିସ ଉପସ୍ଥିତ ଥିଲେ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories