www.samajalive.in
Sunday, December 7, 2025
15.1 C
Bhubaneswar

ବସଯାତ୍ରୀଙ୍କୁ ଯମ ଭୟ : କାଲି ବିଦ୍ୟୁତ ତାର ଲାଗିଥିଲା, ଆଜି ଖାଲରେ ପଡିଲା

ପାଟଣା : ଗତକାଲି ଯାତ୍ରୀବାହୀ ବସ ଉପରେ ବିଦ୍ୟୁତ ତାର ଲାଗି ଯାଇଥିବା ବେଳେ ଚାଳକ ଉପସ୍ଥିତ ବୁଦ୍ଧି ଖଟାଇ ବସକୁ ଆଗକୁ ନେଇ ଯିବାରୁ ଯାତ୍ରୀମାନେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇ ଯାଇଥିଲେ । ଏହି ଅଘଟଣ ସମୟରେ ବିଦ୍ୟୁତ ତାର ଟାଣି ହୋଇ ଯିବାରୁ ଖୁଣ୍ଟ ମଧ୍ୟ ଉପୁଡି ଗଲା। ଗତକାଲି ପୂର୍ବାହ୍ନରେ ଦୈତାରୀ ରୁ ଶୁକୃଳି ଭାୟା ପିପିଳିଆ ଟାଙ୍ଗରପଡା ହୋଇ ଯାଉଥିବା ଝୁମ ଝୁମ ବର୍ଷା ବସଟିକୁ ଟାଙ୍ଗରପଡା ନିକଟ ବ୍ରାହ୍ମଣିଦେଓ ନିକଟରେ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଥିଲା । ଗତକାଲି ର ଏହି ଘଟଣା ମନରୁ ନ ଲିଭୁଣୁ ଆଜି ମଧ୍ୟ ସେହି ସମାନ ସମୟରେ ବ୍ରାହ୍ମଣିଦେଓ ମୂଷାପଡା ନିକଟରେ ଏହି ବସଟି ଖାଲୁଆ ରାସ୍ତାରେ ଲାଗି ରହି ଯାଇଥିଲା । ରାସ୍ତାଟି ଖାଲୁଆ ଥିବାରୁ ଏଠାରେ ପ୍ରଥମେ ଯାତ୍ରୀମାନଙ୍କୁ ବସରୁ ଓହ୍ଲାଇ ଦିଆଯାଇ ଚାଳକ ସତର୍କତାର ସହ ବସଟିକୁ ଖାଲ ପାର କରିବା ପରେ ଯାତ୍ରୀ ମାନଙ୍କୁ ପୁଣି ବସରେ ଉଠାଯାଇ ନିଆ ଯାଇ ଆସୁଥିଲା। ଆଜି କିନ୍ତୁ ଯାତ୍ରୀମାନେ ଓହ୍ଲାଇ ଥିବା ସତ୍ତ୍ୱେ ମଧ୍ୟ ଖାଲରେ ବସଟି ଲାଗି ରହି ଯାଇଥିଲା । ବହୁ ପ୍ରଚେଷ୍ଟା ପରେ ବସଟିକୁ ଜବରଦସ୍ତ ଠେଲା ଯାଇ ଉଠାଇବା ପରେ ବସଟି ଗନ୍ତବ୍ୟ ସ୍ଥଳକୁ ଯାଇଛି। ବସଟି ଗ୍ରାମାଞ୍ଚଳ ରାସ୍ତାରେ ଯିବାକୁ ପରମିଟ ପାଇଥିବା ବେଳେ ବିଦ୍ୟୁତ ବିଭାଗର ତାର ଅତି ତଳକୁ ଝୁଲି ରହିବା କାରଣରୁ ଗତକାଲିର ଅଘଟଣ ଘଟିଥିବା କୁହାଯାଉଛି । ଯଦି ବଡ ଧରଣର ଦୁର୍ଘଟଣା ଘଟିଥାନ୍ତା ତେବେ ୩୦ ଜଣ ଯାତ୍ରୀଙ୍କ ଜୀବନ ସଙ୍କଟରେ ପଡିଥାନ୍ତା। ଏନେଇ ପାଟଣା ନେସ୍କୋ କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ କରାଯିବାରୁ ତାଙ୍କ ମୋବାଇଲ ସୁଇଜ ଅଫ ଥିବାରୁ ମତାମତ ମିଳି ପାରି ନାହିଁ । ସେହିପରି ରାସ୍ତାରେ ବଡ ବଡ ଖାଲରେ ବସ ଯାତାୟତ ପାଇଁ ବିପଦ ସୃଷ୍ଟି କରୁଥିଲେ ମଧ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ନିକଟରେ ବାରମ୍ବାର ଅଭିଯୋଗ ସତ୍ବେ ଏହି ରାସ୍ତା ମରାମତି କରାଯାଉ ନଥିବାରୁ ଆଉ ଏହି ରାସ୍ତା ରେ ବସ ଚଳାଇବେ ନାହିଁ ବୋଲି ବସ ମାଲିକ ମନସ୍ଥ କରିଥିବାରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ବିଦ୍ୟୁତ ବିଭାଗ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ମତ ପ୍ରକାଶ ପାଇଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories