www.samajalive.in
Monday, December 8, 2025
27.1 C
Bhubaneswar

ପଶ୍ଚିମବଙ୍ଗ ଆଇନ ଶୃଙ୍ଖଳା ପରିସ୍ଥିତି ଓ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିବେ ନିର୍ବାଚନ କମିଶନ୍‍

ନିର୍ବାଚନ କମିଶନ୍‍ ଦଳ ଆସନ୍ତା ସପ୍ତାହରେ ପଶ୍ଚିମବଙ୍ଗ ଗସ୍ତକରି ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଓ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ। ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ନିର୍ବାଚନ କମିଶନ୍‍ ଦଳ ରାଜ୍ୟକୁ ଗସ୍ତରେ ଯାଉଛନ୍ତି। ମୁଖ୍ୟ ନିର୍ବାଚନ କମିଶନର୍‍ ସୁନିଲ୍‍ ଅରୋଡାଙ୍କ ନେତୃତ୍ୱରେ ପୂର୍ଣ୍ଣାଙ୍ଗ ନିର୍ବାଚନ କମିଶନ୍‍ ଦଳ ବୁଧବାର ଦିନ କୋଲ୍‍କାତାରେ ଯାଇ ପହଞ୍ଚିବେ। ସେମାନେ ରାଜ୍ୟ ମୁଖ୍ୟ ସଚିବ, ଘରୋଇ ସଚିବ, ପୁଲିସ୍‍ ଡି.ଜି. ଓ ଜିଲ୍ଲାପାଳ ତଥା ଏସ୍‍.ପି.ମାନଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଫିସରମାନଙ୍କୁ ସାକ୍ଷାତ୍‍ କରିବେ।

ଉପ-ନିର୍ବାଚନ କମିଶନର୍‍ ସୁଦୀପ୍‍ ଜୈନ୍‍ କିଛିଦିନ ପୂର୍ବେ କୋଲ୍‍କାତା ଗସ୍ତ କରି ରାଜ୍ୟ ପ୍ରଶାସନିକ ଅଫିସରମାନଙ୍କ ସହ ବୈଠକରେ ଯୋଗ ଦେଇଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories