www.samajalive.in
Monday, December 8, 2025
27.1 C
Bhubaneswar

ମନ୍ଦିରରେ ଦୀପ ଦେବା ବେଳେ ଶାଢ଼ୀରେ ଲାଗିଲା ନିଆଁ, ମହିଳା ଭକ୍ତ ଗୁରୁତର

ବୁର୍ଲା: ପବିତ୍ର ମକରସଂକ୍ରାନ୍ତି ଦିନ ଜଣେ ମହିଳା ମନ୍ଦିରରେ ଦୀପ ଦେବା ବେଳେ ନିଆଁରେ ପୋଡ଼ି ହୋଇ ଯାଇଛନ୍ତି ।  ଶ୍ରୀ ଜଗନ୍ନାଥ ମନ୍ଦିରକୁ ପୁଜାର୍ଚ୍ଚନା ପାଇଁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି । ଉକ୍ତ ବୃଦ୍ଧା ମହିଳାଙ୍କୁ  ଭିମସାର ବର୍ଣ୍ଣ ୟୁନିଟରେ ଶଙ୍କଟାପର୍ଣ୍ଣ ଅବସ୍ଥାରେ ଭର୍ତ୍ତି କରାଯାଇଛି। ବୃଦ୍ଧା ଜଣକ ବୁର୍ଲା ଭକ୍ତିମଣ୍ଡପ ଅଞ୍ଚଳ ଲକ୍ଷ୍ମୀପୂଜା ଛକର ଭଜରାମ ସାହୁଙ୍କ ୫୮ ବର୍ଷିୟା ସ୍ତ୍ରୀ କୁନି ସାହୁ ବୋଲି ଜଣାପଡ଼ିଛି।

ମକରସଂକ୍ରାନ୍ତି ଉପଲକ୍ଷେ ବୁର୍ଲା ଜଗନ୍ନାଥ ମନ୍ଦିରକୁ ଶ୍ରୀଜିଉଙ୍କ ଦର୍ଶନ ତଥା ପୁଜାର୍ଚ୍ଚନା କରିବା ପାଇଁ କୁନି ସାହୁ ଯାଇଥିଲେ। ଭକ୍ତମାନଙ୍କ ଗହଣରେ ସେ ପୁଜାର୍ଚ୍ଚନା କରୁଥିବା ସମୟରେ ଅସାବଧାନତା ବଶତଃ  କୁନି ସାହୁଙ୍କ ପିନ୍ଧାବସ୍ତ୍ରରେ ଅଗ୍ନିସଂଯୋଗ ହୋଇଯାଇଥିଲା। ହୁ ହୁ ହୋଇ ଜଳୁଥିବା ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଲୋକମାନେ ବୁର୍ଲା ଭିମସାରର ବର୍ଣ୍ଣ ୟୁନିଟରେ ଭର୍ତ୍ତି କରିଥିଲେ । ତାଙ୍କ ଶରୀରର  ୭୫ ପ୍ରତିଶତ ଶରୀରର ଏହି ନିଆଁରେ ପୋଡ଼ି ହୋଇ ଯାଇଥିବା ଭିମସାର ସୁତ୍ରରୁ ପ୍ରକାଶ ପାଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories