www.samajalive.in
Monday, December 8, 2025
20.1 C
Bhubaneswar

ବିହାର ପରି ପଶ୍ଚିମବଙ୍ଗରେ ବିଜେପିକୁ ଜିତିବାରେ ସହଯୋଗ କରିବେ ଓୱେସୀ: ସାକ୍ଷୀ ମହାରାଜ

କନୌଜ: ବିହାର ଭଳି ପଶ୍ଚିମବଙ୍ଗରେ ବିଜେପିକୁ ଜିତିବାରେ  ସହାୟତା କରିବେ ଏଆଇଏମଆଇଏମ ଦଳର ଅଧ୍ୟକ୍ଷ ଅସଉଦ୍ଦିନ ଓୱେସୀ। ଏପରି ମନ୍ତବ୍ୟ ଦେଇଛନ୍ତି ବିଜେପି ସାଂସଦ ସଚିଦାନନ୍ଦ ହରି ସାକ୍ଷୀ ମହାରାଜ। ସାକ୍ଷୀ ମହାରାଜଙ୍କ କାରକେଡ୍‌ ଗୁରୁବାର ଲକ୍ଷ୍ନୌରୁ ଦିଲ୍ଲୀ ଯାଉଥିବାବେଳେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ବିଜେପି କାର୍ଯ୍ୟକର୍ତ୍ତାମାନେ ତାଙ୍କୁ ଅଟକାଇ ସ୍ବାଗତ କରିଥିଲେ। ଏହି ସମୟରେ ସାକ୍ଷୀ ମହାରାଜ ଓୱେସୀଙ୍କ ଦଳକୁ ବିଜେପିର ବି ଟିମ୍‌ କହୁଥିବା ବିରୋଧୀଙ୍କ କଥାରେ ମୋହର ଲଗାଇ କହିଥିଲେ, ଓୱେସୀ ବିହାରରେ ବିଜେପିକୁ ଜିତାଇବାର କାମ କରିଥିଲେ।

ସାକ୍ଷୀ ମହାରାଜ ଆହୁରି କହିଥିଲେ ଯେ, ପଶ୍ଚିମବଙ୍ଗରେ ବି ସେ ସହାୟତା କରିବେ। ମର୍ଯ୍ୟାଦାହାନିକର ଭାଷା କହୁଥିବା ରାଜନେତାଙ୍କ ସମ୍ପର୍କରେ ସେ କହିଥିଲେ ଯେ, ଏପରି ଭାଷା ଦ୍ବାରା ସାମାଜିକ ଭାବନା କ୍ଷୁଣ୍ଣ ହେଉଛି। ନେତାମାନେ ଏଥିରେ ନିଜକୁ ସୁଧାରିବା ଦରକାର। କୃଷକ ଆନ୍ଦୋଳନକୁ ନେଇ ସେ କହିଥିଲେ, ଏହା ଦେଶର ଦୁର୍ଭାଗ୍ୟପୂର୍ଣ୍ଣ ଯେ, ପରିବାରବାଦ, ଜାତିବାଦ ଲୋକଙ୍କ ପ୍ରଲୋଭନରେ ଆସି କୃଷକମାନେ ନା ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ମାନିବାକୁ ପ୍ରସ୍ତୁତ ଅଛନ୍ତି ନା ସରକାର ଏବଂ ସମ୍ବିଧାନକୁ ମାନିବାକୁ ପ୍ରସ୍ତୁତ।

- Advertisement -

ସୁପ୍ରିମକୋର୍ଟ କମିଟି ଗଠନ କରିଛନ୍ତି। ଏପରିସ୍ଥଳେ ଆନ୍ଦୋଳନର କୌଣସି ଆବଶ୍ୟକତା ନାହିଁ। କୃଷକମାନଙ୍କୁ ଆନ୍ଦୋଳନ ଶେଷ କରି କମିଟି ସମ୍ମୁଖନରେ ନିତ ମତ ରଖିବା ଦରକାର। ମୁସଲିମଙ୍କ ପ୍ରତି ବିଜେପିର ଦରଦ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ସାକ୍ଷୀ ମହାରାଜ କହିଥିଲେ ବିଜେପି ସବ୍‌କା ସାଥ, ସବ୍‌କା ବିକାଶ ରାସ୍ତାରେ ଚାଲୁଥିବା ଦଳ। ତେଣୁ ବିଜେପି ମୁସଲମାନଙ୍କ ବିଶ୍ବାସ ଜିତିବା ଲାଗି ସେମାନଙ୍କ ବିକାଶ ପାଇଁ ପ୍ରୟାସ କରୁଛି। ଏବେ ମୁସଲମାନମାନେ ବି ଏହା ବୁଝିଲେଣି ଯେ ୬୫ ବର୍ଷ ଧରି ସେମାନଙ୍କୁ ତୁଷ୍ଟୀକରଣ ନାମରେ ଭୟଭୀତ କରାଯାଉଥିଲା।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories