www.samajalive.in
Monday, December 8, 2025
27.1 C
Bhubaneswar

ଘୁଗୁରା ଖୋଲରେ ମକର ସଂକ୍ରାନ୍ତି…

ରେଙ୍ଗାଲି କ୍ୟାମ୍ପ : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଖରମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଘନ୍ ଘାଟିର ୪କିମି ଦୂରରେ ଥିବା ଦେବିରିଗଡ ଘୁଗୁରାଖୋଲ୍ ପାହାଡ଼ରେ କେଉଁ ଆଦିମ କାଳରୁ ପାଳିତ ହୋଇ ଆସୁଅଛି ମକର ସଂକ୍ରାନ୍ତି। କିମ୍ବଦନ୍ତୀରୁ ଜଣାପଡ଼େ ବହୁ ବର୍ଷ ପୂର୍ବେ ଏମିତି ମକର ସଂକ୍ରାନ୍ତି ସମୟରେ ଦୂର ପାହାଡ ଉହାଡ୍ ରୁ ମୃଦଙ୍ଗର ଧ୍ଵନି ଶୁଣି ଗ୍ରାମବାସୀଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଶବ୍ଦକୁ ଅନୁସରଣ କରି ଗ୍ରାମ ମୁଖିଆଙ୍କ ସହ କିଛି ଗ୍ରାମବାସୀ ଯାଇ ଯାହା ଦେଖିଲେ ପ୍ରକୃତରେ ତାହା ଅତି ଅଲୌକିକ ଓ ଆଶ୍ଚର୍ୟ୍ୟଜନକ ଥିଲା। ଏକ କୁଡରୁ ବୃକ୍ଷ ତଳେ କିଛି ପୁଜାଦ୍ରବ୍ୟ ରହିଥିଲା କିନ୍ତୁ ଆଖପାଖରେ କେହି ନଥିଲେ । ତେଣୁ ଏହା ଭଗବାନଙ୍କ ନିର୍ଦ୍ଦେଶ ବୋଲି ଭାବି ସେହି ଦିନ ଠାରୁ ଗ୍ରାମବାସୀ ଏହି ଗଛ ମୂଳରେ ବହୁ ଧୂମଧାମରେ ପୂଜା କରିଆସୁଛନ୍ତି । ଦିନ କୁ ଦିନ ଭକ୍ତଙ୍କ ସମାଗମ ବି ବଢ଼ିବାରେ ଲାଗିଛି। ହେଲେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ କେବଳ ପୂଜାର୍ଚ୍ଚନା କରାଯାଇ ପୁରୁଣା ପରମ୍ପରା କୁ ବଞ୍ଚାଇ ରଖାଯାଉଛି। ଅନ୍ୟ ବର୍ଷ ସଂକୀର୍ତ୍ତନ, କୃଷ୍ଣଗୁରୁ ଆଦି କରାଯାଇ ଏହା ପାଳନ କରାଯାଇଥିଲା। ଆଜି ସକାଳୁ ପୂଜକ ଗୋପାଳ ମିଶ୍ର, ରୂପେଶ୍ ମିଶ୍ର ଓ ବିକାଶ ମିଶ୍ର ଙ୍କ ସହ କର୍ତ୍ତା ଦାୟିତ୍ୱରେ ଥିବା ଉତ୍ତମ ବେହେରା ଓ ଭକ୍ତ ମାନେ ପୂଜା ଦ୍ରବ୍ୟ ଧରି ଦୀର୍ଘ ୪କିମି  ଦୁର୍ଗମ ପାହାଡ ଦେଇ ଚାଲି ଚାଲି ପହଞ୍ଚିଥିଲେ ପୂଜା ସ୍ଥାନରେ। ରୀତିନୀତି ଅନୁସାରେ ପୂଜା ବିଧି ହେବା ସହିତ ମାନସିକ ଭକ୍ତ ମାନେ ନିଜ ନିଜର ପୂଜା ସମର୍ପଣ କରିଥିଲେ। ଅନ୍ୟ ବର୍ଷ ପରି ଏଥର କାରୋନା ସଂକ୍ରମଣର ଭୟ ଓ କଟକଣା ଯୋଗୁଁ ଅନ୍ନପ୍ରସାଦର ବ୍ୟବସ୍ଥା ମଧ୍ୟ ହୋଇ ନଥିଲା। ଏହି ପୂଜା କାର୍ଯ୍ୟକ୍ରମକୁ ଜଗବନ୍ଧୁ ବେହେରା, ଜୟରାମ ବରିହା, ବିଚିତ୍ର ବରିହା, ନିମାଇଁ ସାହୁ,ଶିବରାଜ ବେହେରା,ସୁରେଶ୍  ବେହେରା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories