www.samajalive.in
Monday, December 8, 2025
27.1 C
Bhubaneswar

ନବରଙ୍ଗପୁରରେ ପହଂଚିଲା କରୋନା ନିରାକରଣ ଟିକା

ନବରଙ୍ଗପୁର : କରୋନା ନିରାକରଣ ଟିକା କୋଭିସିଲଡ଼ ଗୁରୁବାର ନବରଙ୍ଗପୁରରେ ପହଞ୍ଚିଛି। ଏକ ସ୍ୱତନ୍ତ୍ର ଗାଡିରେ ସୁରକ୍ଷିତ ଭାବେ ଏହି ଭ୍ୟାକ୍ସିନ ଗୁଡିକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଛି । ୧୪ଟି ପ୍ୟାକେଟରେ ଏହି ଟିକା ରହିଛି । ପ୍ରତି ପ୍ୟାକେଟରେ ୫୦ଟି ଲେଖାଏଁ  ୫ ଏମ୍‌ଏଲ୍‌ ର ଭ୍ୟାକସିନ ରହିଛି। ପ୍ରଥମ ପର୍ଯ୍ୟାୟରେ ୭ ସହ ଭାଇଲ ପହଂଚିଲା। ୭ ସହ ଭାଇଲକୁ ୭ ହଜାର ଲୋକଙ୍କୁ ଟିକା ଦିଆଯାଇପାରିବ। ଜିଲ୍ଲାରେ ୯ ୪୦୦ ସ୍ୱାସ୍ଥ୍ୟ କର୍ମୀ ଥିବା ବେଳେ ଜିଲ୍ଲାରେ ୯ ହଜାର ସ୍ୱାସ୍ଥ୍ୟକର୍ମୀ ନିଜ ନାମ ପଞ୍ଜିକୃତ କରିଛନ୍ତି। ଟିକାକରଣ ପାଇଁ ଜିଲ୍ଲାରେ ୪ ଟି  କେନ୍ଦ୍ରରେ ପାଇଁ ବ୍ୟବସ୍ଥା କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ନନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଉମରକୋଟ ମେଡିକାଲରେ ଏହି ଟିକା ଗୁଡିକୁ ଟିକାକରଣ ପୂର୍ବ ଦିନ କିମ୍ବା ଟିକାକରଣ ଦିନ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି । ଏହାସହ ପ୍ରଥମ ଦିନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୫୦ ନନ୍ଦାହାଣ୍ଡି ଓ ପାପଡାହାଣ୍ଡି ଗୋଷ୍ଠୀ କେନ୍ଦ୍ରରେ ୧୦୦ ଜଣ ଲେଖାଏଁ ସ୍ଵାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରାଯିବାକୁ ବ୍ୟବସ୍ଥା କରାଯାଇଛି । ରେଜିଷ୍ଟ୍ରେସନ କରିଥିବା ସମସ୍ତଙ୍କୁ ଫୋନ କିମ୍ବା ମେସେଜ ମାଧ୍ୟମରେ ସୂଚନା ଦିଆଯିବ ଓ ପ୍ରଥମେ ସଫେଇ କର୍ମଚାରୀ, ଅଙ୍ଗନବାଡି କର୍ମୀ, ଆଶା, ଏଏନଏମ  ମାନଙ୍କୁ  ଟିକା କରଣ କରାଯିବ ଏବଂ ଶେଷରେ ମେଡିକାଲ ଅଧୀକାରୀଙ୍କୁ ପ୍ରଦାନ କରାଯିବ ବ୍ୟବସ୍ଥା ରହିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories