www.samajalive.in
Tuesday, December 9, 2025
16.1 C
Bhubaneswar

ବାହାଘର ଶୋଭାଯାତ୍ରା ଉପରୁ ଉଠିଲା କଟକଣା

ଭୁବନେଶ୍ବର: ଦୀର୍ଘ ୯ ମାସ ପରେ ବାହାଘର ଶୋଭାଯାତ୍ରା ପାଇଁ ଉଠିଲା କଟକଣା। ଏଣିକି ବାହାଘର ଶୋଭାଯାତ୍ରାରେ ଯାଇପାରିବେ ବର। ବାଜାବାଦ୍ୟ ଓ ନୃତ୍ୟଗୀତର ତାଳେ ତାଳେ ଶୋଭାଯାତ୍ରାରେ ସାମିଲ ହୋଇପାରିବେ ସାଙ୍ଗସାଥୀ ଓ ବନ୍ଧୁ ପରିଜନ। ତେବେ ପୂର୍ବଭଳି ବାହାଘର କାର୍ଯ୍ୟକ୍ରମରେ ମାତ୍ର ୨୦୦ଜଣ ବନ୍ଧୁ ପରିଜନ ଯୋଗଦେଇ ପାରିବେ ବୋଲି ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବାହାଘର ଓ ଅନ୍ତିମ ସଂସ୍କାର ନେଇ ପୂର୍ବରୁ ଜାରି କରାଯାଇଥିବା ଗାଇଡଲାଇନରେ କେତେକ ପରିବର୍ତ୍ତନ କରାଯାଇଛି। ଏ ନେଇ ସ୍ବତନ୍ତ୍ର ରିଲିଫ୍ କମିସନର୍ ତଥା ଅତିରକ୍ତ ଶାସନ ସଚିବ ପ୍ରଦୀପ ଜେନା ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି।


ସ୍ବତନ୍ତ୍ର ରିଲିଫ୍ କମିସନର୍ ତଥା ଅତିରକ୍ତ ଶାସନ ସଚିବ ପ୍ରଦୀପ ଜେନାଙ୍କ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ କରୋନା ମହାମାରୀ ପାଇଁ ପୂର୍ବରୁ ବାହାଘର ଶୋଭାଯାତ୍ରା ଉପରେ ଲାଗୁ କରାଯାଇଥିବା କଟକଣାକୁ ଓଡ଼ିଶା ସରକାର ଆଜି ପ୍ରତ୍ୟାହାର କରି ନେଇଛନ୍ତି। ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ବାହାଘରରେ ବର, କନ୍ୟା, ପୁରୋହିତ, ବନ୍ଧୁ, ସମ୍ପର୍କୀୟ, ଅତିଥି, ବ୍ୟାଣ୍ଡ ପାର୍ଟି, ଆଲୋକ ଏବଂ ସାଉଣ୍ଡ ସିଷ୍ଟମର ସଦସ୍ୟଙ୍କ ସମେତ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ସର୍ବାଧିକ ୨୦୦ ହୋଇପାରିବ ବୋଲି ନିଷ୍ପତ୍ତି ହୋଇଛି। ତେଣୁ ବାହାଘର ଶୋଭାଯାତ୍ରା କରାଯାଇପାରିବ। ତେବେ ବିବାହ ଉତ୍ସବରେ କୋଭିଡ-୧୯ କଟକଣା ନିୟମକୁ କଡ଼ାକଡ଼ି ପାଳନ କରାଯିବ। ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା, ସାନିଟାଇଜର ବ୍ୟବହାର, ହାତ ଧୋଇବା ଏବଂ ଥର୍ମାଲ୍ ସ୍କାନିଂର ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି। ଉଭୟ ବର ଓ କନ୍ୟା ପକ୍ଷର କୋଭିଡ୍-୧୯ ନିୟମ ମାନି ବାହାଘର ଆୟୋଜନ କରିବେ। ଏହି ନିୟମ ଅବମାନନା କଲେ ଉଭୟ ବର ଓ କନ୍ୟ ପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories