www.samajalive.in
Monday, December 8, 2025
27.1 C
Bhubaneswar

ଆଉ ୨୨୮ କରୋନା ଆକ୍ରାନ୍ତ ସୁସ୍ଥ : ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୮ ହଜାର ୨୭୧କୁ ବୃଦ୍ଧି

ଭୁବନେଶ୍ବର : ସୋମବାର ରାଜ୍ୟରୁ ଆଉ ୨୨୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହିତ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୮ ହଜାର ୨୭୧କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଆଜି ସମ୍ବଲପୁରରୁ ସର୍ବାଧିକ ୩୬, ସୁନ୍ଦରଗଡ଼ରୁ ୩୪, ଅନୁଗୋଳରୁ ୨୮, ବରଗଡ଼ରୁ ୧୫, ଖୋର୍ଦ୍ଧା ଓ ପୁରୀରୁ ୧୩ ଜଣ ଲେଖାଏଁ, ନୂଆପଡାରୁ ୧୦, ଯାଜପୁରରୁ ୯, ବାଲେଶ୍ବର ଓ କେନ୍ଦ୍ରାପଡାରୁ ୮ ଜଣ ଲେଖାଏଁ, ଝାରସୁଗୁଡା ଓ ମୟୂରଭଞ୍ଜରୁ ୭ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

- Advertisement -

ସେହିପରି ବଲାଙ୍ଗୀରରୁ ୬, କୋରାପୁଟରୁ ୫, କଟକ ଓ କେନ୍ଦୁଝରରୁ ୪ ଜଣ ଲେଖାଏଁ, ବୌଦ୍ଧ, ଗଞ୍ଜାମ, ଜଗତସିଂହପୁର ଓ କନ୍ଧମାଳରୁ ୩ ଜଣ ଲେଖାଏଁ, ଢେଙ୍କାନାଳ ଓ ସୁବର୍ଣ୍ଣପୁରରୁ ୨ ଜଣ ଲେଖାଁଏ, ଭଦ୍ରକ ଓ ନୟାଗଡରୁ ଜଣେ ଲେଖାଏଁ ଏବଂ ଷ୍ଟେଟ ପୁଲରୁ ୩ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏଥି ସହିତ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୮ ହଜାର ୨୭୧ କୁ ବୃଦ୍ଧି ପାଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories