ସମ୍ବଲପୁର : ସମ୍ବଲପୁର ଜିଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଛାତ୍ର କଂଗ୍ରେସ (ଏନଏସୟୁଆଇ) ର ଏକ ସାଧାରଣ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଛାତ୍ର କଂଗ୍ରେସର ରାଜ୍ୟ ସଭାପତି ୟାସିର ନୱାଜ ଅଧ୍ୟକ୍ଷତା କରିଥିବା ବେଳେ ଜିଲା କଂଗ୍ରେସ ସଭାପତି ଅଶ୍ୱିନୀ ଗୁରୁ ଏହାକୁ ଉଦଘାଟନ କରିଥିଲେ। ବୈଠକରେ ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଂଯୋଜକ ତଥା ଓଡିଶା ପ୍ରଭାରୀ ରୋଶନ ଲାଲ ବିଟ୍ଟୁ, ଛାତ୍ର କଂଗ୍ରେସର ସହ ପ୍ରଭାରୀ ଆଦିତ୍ୟ ଚୌଧୁରୀ ଯୋଗ ଦେଇଥିଲେ। ବକ୍ତା ମାନେ ଛାତ୍ର ମାନଙ୍କ ସମସ୍ୟା ସହିତ ନିଜକୁ ସମ୍ପୃକ୍ତ କରି ସଙ୍ଗଠନକୁ ଆହୁରୀ ମଜବୁତ କରିବା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶିକ୍ଷା ନିତିକୁ ତୀବ୍ର ସମାଲୋଚନା କରିଥିଲେ। ସମ୍ବଲପୁର ଜିଲାରେ ଶିକ୍ଷିତ ବେକାର ଯୁବକ ଯୁବତୀ ମାନଙ୍କୁ ସରକାରୀ ଓ ବେସକାରୀ ସଂସ୍ଥା ଗୁଡିକରେ ଚାକିରୀ ଦିଆ ନ ଗଲେ ଆଗାମୀ ଦିନରେ ବିରାଟ ଆନ୍ଦୋଳନ କରାଯିବ ବୋଲି ସମ୍ବଲପୁର ଛାତ୍ର କଂଗ୍ରେସ ତରଫରୁ ଆହ୍ୱାନ ଦିଆଯାଇଥିଲା। ଛାତ୍ର ସମାଜ ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନରୁ ପ୍ରେରଣା ନେଇ କୌଣସି ହିଂସାକାଣ୍ଡ ନ କରି ଗଣତାନ୍ତ୍ରିକ ଉପାୟରେ ଆଗାମୀ ଦିନରେ ଛାତ୍ର ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରନ୍ତୁ ବୋଲି ବକ୍ତା ମାନେ ଆହ୍ୱାନ କରିଥିଲେ। ଏହି ବୈଠକରେ ଦୁଲାଲ ପ୍ରଧାନ, ଜିତେନ୍ଦ୍ରିୟ ପ୍ରଧାନ, ବିଜୟଲକ୍ଷ୍ମୀ ବେହେରା, ଅର୍ଣବ ବାବୁ, ସଶ୍ମିତା ଦେହୁରୀ, ହରି ପାଢ଼ୀ, ଧର୍ମରାଜ ସିଂହ, ଅଶୋକ ସୋନୀ ଙ୍କ ସମେତ ଅନେକ ଛାତ୍ର କଂଗ୍ରେସର ସଦସ୍ୟ ଉପସ୍ଥିତ ଥିଲେ। ବୈଠକ ପୂର୍ବରୁ ଯୁବ ଛାତ୍ର ଅର୍ଣବ ବାବୁ ଙ୍କ ନେତୃତ୍ୱରେ ଅଇଁଠାପାଲି ଛକରେ ଛାତ୍ର କଂଗ୍ରେସ ସଭାପତିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବା ପରେ ଏକ ବିଶାଳ ବାଇକ ରାଲିରେ ଲକ୍ଷ୍ମୀ ଟକିଜ ସ୍ଥିତ କଂଗ୍ରେସ କାର୍ଯ୍ୟାଳୟକୁ ପାଛୋଟି ଅଣାଯାଇଥିଲା।
Popular Categories



