ଅନୁଗୁଳ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ପ୍ରତ୍ୟକ୍ଷ ଦର୍ଶନ କରି ନିଜକୁ କୁତାର୍ଥ ମନେ କରୁଥିବା କହିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଲୋକମାନଙ୍କ ସହଯୋଗ କାରଣରୁ ମା’ ହିଙ୍ଗୁଳାଙ୍କ ମନ୍ଦିରର ଭବ୍ୟତା ବଢ଼ୁଛି। ଏଠାକାର ଟ୍ରଷ୍ଟ ମନ୍ଦିରର ବହୁ ଉନ୍ନୟନ କାମ ଆରମ୍ଭ କରିଥିବା ବେଳେ ଆଗାମୀ ଦିନରେ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯାଇ ମନ୍ଦିରର ସୌନ୍ଦର୍ଯ୍ୟକରଣକୁ ଅଧିକ ଗୁରୁତ୍ୱ ଦିଆଯାଇ ସ୍ଥାନୀୟ ଅର୍ଥନୀତିକୁ ମଜବୁତ୍ କରାଯିବ। ମା’ଙ୍କ ପାଖରେ ସମସ୍ତଙ୍କ ମଙ୍ଗଳ କାମନା କରୁଛି।
ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
Popular Categories



