www.samajalive.in
Monday, December 8, 2025
27.1 C
Bhubaneswar

ଭୁଷୁଡ଼ିଲା ନିର୍ମାଣଧୀନ ପୋଲ: ଜଣେ ମୃତ, ୬ ଆହତ

ଉମରକୋଟ: ନବରଙ୍ଗପୁର ଜିଲାର ଉମରକୋଟରେ ନିର୍ମାଣାଧୀନ ପୋଲ ଭୁଶୁଡ଼ି ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବାବେଳେ୬ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ୬ ଆହତଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଅତି ଗୁରୁତର ଥିବା ଜଣାପଡ଼ିଛି। ଆହତଙ୍କୁ ଚିକିତ୍ସା ପାଇଁ ଉମରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଲାପଦର ପାଖରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପୋଲ ନିର୍ମାଣ ବେଳେ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି।

ଉମରକୋଟରେ ନିର୍ମାଣଧୀନ ସେତୁ ଭୁଶୁଡ଼ି ଜଣଙ୍କର ମୃତ୍ୟୁ ଘଟଣାର କାର୍ଯ୍ୟାନୁଷ୍ଠାନ ନିର୍ଦେଶ ଦିଆଯାଇଛି। ଉଦ୍ଧାର କାର୍ଯ୍ୟକୁ ତ୍ଵରାନ୍ବିତ କରିବାକୁ ଉନ୍ନୟନ କମିଶନର ନିର୍ଦେଶ ଦେଇଛନ୍ତି। ଏହି ଘଟଣାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉନ୍ନୟନ କମିଶନର ଜିଲାପାଳଙ୍କୁ କହିଛନ୍ତି। ସମ୍ପୃକ୍ତ ଠିକାଦାର ଓ ଅଧିକାରୀଙ୍କ ନାମରେ ଫୌଜଦାରି ମାମଲା ରୁଜୁ ପାଇଁ ନିର୍ଦେଶ ଦେଇଛନ୍ତି। ଏହାସହିତ ଠିକାଦାର ଓ ଅଧିକାରୀଙ୍କୁ ଗିରଫ କରିବାକୁ ଉନ୍ନୟନ କମିଶନର ନିର୍ଦେଶ ଦେଇଛନ୍ତି। ସେହିପରି ସୁନାବେଡ଼ା ଅଧିକ୍ଷଣ ଯନ୍ତ୍ରୀଙ୍କୁ ଘଟଣାସ୍ଥଳରେ ପହଞ୍ଚିିବାକୁ ଉନ୍ନୟନ କମିଶନର ନିର୍ଦେଶ ଜାରି କରିଛନ୍ତି।

- Advertisement -

 

ସୂଚନା ଅନୁଯାୟୀ ୨୦୧୮ ମସିଆରେ ଭୁବନେଶ୍ୱରର ବମିଖାଲର ନିର୍ମାଣାଧୀନ ଓଭର ବ୍ରିଜ୍ ଲୁହା ରଡ଼୍‌ରେ ଚାପି ହୋଇ ଜଣଙ୍କ ମୃତ୍ୟୁ ଘଟିଥିଲା। ତା’ ପୂର୍ବରୁ ୨୦୧୭ ସେପ୍ଟେମ୍ବର ୧୦ ତାରିଖରେ ମଧ୍ୟ ଭୁଶୁଡି ପଡିଥିଲା ଭୁବନେଶ୍ୱର ବମିଖାଲରେ ନିର୍ମାଣାଧୀନ ରେଲ୍ ଓଭରବ୍ରିଜ୍ । ଅଘଟଣରେ ଝାରପଡ଼ାର ସତ୍ୟବ୍ରତ ପଟ୍ଟନାୟକଙ୍କ ମୃତ୍ୟୁ ହୋଇଥିଲା।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories