www.samajalive.in
Monday, December 8, 2025
27.1 C
Bhubaneswar

ତାସ ଖେଳରୁ ମହାଭାରତ : ନୀଳଗିରିରେ କୁକୁଡ଼ା କାତି ଭୁସି ଯୁବକଙ୍କୁ ହତ୍ୟା!

ନୀଳଗିରି : ସାମାନ୍ୟ ତାସ ଖେଳରୁ ମହାଭାରତ ସୃଷ୍ଟି ହୋଇଛି। ଖେଳରେ ପରାଜିତ ହେବାରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ଆଉ ହତ୍ୟାକାଣ୍ଡ ଭିଆଇବା ପରେ ସମ୍ପୃକ୍ତ ହତ୍ୟାକାରୀ ଜଙ୍ଗଲ ଭିତରେ ଲୁଚି ଯିବା ଘଟଣା ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି।
ନୀଳଗିରି ଥାନା ଅଧୀନ ମିତ୍ରପୁର ନିକଟ କୁଅଁରପୁର ମାହାଲ ତୈଲାସାହିର କୁନା ଭୋଳ (୩୦) ଓ ଗଣେଶ ସିଂ (୩୧)ଙ୍କ ସମେତ ଅନ୍ୟ କେତେଜଣ ଯୁବକ ଶନିବାର ମଧ୍ୟାହ୍ନରେ ଗାଁରେ ଥିବା ଏକ ଘରେ ତାସ ଖେଳୁଥିଲେ। ଏହି ଖେଳରେ ଗଣେଶ ହାରିଯିବା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତତର୍କ ହୋଇଥିଲା। ରାଜା ସିଂ ନାମକ ଜଣେ ଯୁବକ କୁନାଙ୍କୁ ଜାବୁଡ଼ି ଧରିବା ପରେ ଘଟଣାସ୍ଥଳରେ ଗଣେଶ ଉତକ୍ଷିପ୍ତ ହୋଇ ଏକ ଧାରୁଆ କୁକୁଡ଼ା କାତିରେ କୁନା ଭୋଳ ଛାତିରେ ଭୁସି ଦେବାରୁ ସେ ଗୁରୁତର ହୋଇ ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଏକ ଅଟୋରେ ନୀଳଗିରି ମେଡିକାଲକୁ ଆଣୁଥିବା ସମୟରେ ବାଟରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ତେବେ ହତ୍ୟାକାଣ୍ଡ ଭିଆଇବା ପରେ ସମ୍ପୃକ୍ତ ଅଭିଯୁକ୍ତ ନିକଟସ୍ଥ ଜଙ୍ଗଲକୁ ଦୌଡ଼ି ପଳାଇ ଯାଇଛି। ଖବରପାଇ ନୀଳଗିରି ଆଇଆଇସି ପ୍ରଭଞ୍ଜନ ବେହେରା, ସବଇନ୍ସପେକ୍ଟର ବାସୁଦେବ ଜୟସିଂ ପ୍ରମୁଖ ସଦଳବଳେ ସେଠାରେ ପହଞ୍ଚି ଜଙ୍ଗଲକୁ ଚାରିପଟେ ଘେରାଉ କରିଥିଲେ ହେଁ ହତ୍ୟାକାରୀକୁ ଠାବ କରାଯାଇ ପାରିନି। ହତ୍ୟାକାରୀ ଜଣକ ସଦାସର୍ବଦା ଜୁଆ ଓ କୁକୁଡ଼ା ଖେଳରେ ନିଜକୁ ସାମିଲ ରଖୁଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ମୃତକଙ୍କ ପତ୍ନୀ ଲିଲି ଭୋଳ ଏନେଇ ନୀଳଗିରି ଥାନାରେ ରିପୋର୍ଟ କରିଥିବା ବେଳେ ତାଙ୍କର ଦୁଇଟି ଛୋଟ ସନ୍ତାନ ଥିବା ଜଣାପଡ଼ିଛି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories