www.samajalive.in
Tuesday, December 9, 2025
17.1 C
Bhubaneswar

ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨ ଗିରଫ

ଫୁଲବାଣୀ : ସ୍ଥାନୀୟ ଏକ ଦୋକନକୁ ଟାଟୁ କରିବା ପାଇଁ ଯାଇଥିବା ଦୁଇଜଣ ଯୁବକଙ୍କ ଆକ୍ରମଣରେ ଦୋକାନୀ ଗୁରୁତର ଆହତ ହୋଇଛନ୍ତି। ଟାଉନ ଥାନା ପୁଲିସ ଆକ୍ରମଣକାରୀ ଯୁବକମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ମୁତାବକ, ବୌଦ୍ଧ ଅଞ୍ଚଳର ରୋନକ ଇସଲାମ ଓ ସୟଦ ଆକ୍ୱିବ ହୁସେନ ନାମକ ଦୁଇଜଣ ଯୁବକ ଫୁଲବାଣୀକୁ ବଣ ଭୋଜି କରିବା ପଇଁ ଆସିଥିଲେ। ଶୁକ୍ରବାର ସଂଧ୍ୟାରେ ସେମାନେ ସ୍ଥାନୀୟ ମୁଖ୍ୟବଜାରରେ ଥିବା ଏକ ଦୋକାନକୁ ହାତରେ ଟାଟୁ କରିବା ପାଇଁ ଯାଇଥିଲେ। ତେବେ ଏଥିରେ ବିଳମ୍ବ ହେବାରୁ ସେମାନେ ଦୋକାନୀ ସନ୍ତୋଷଙ୍କ ସହ ବଚସା କରିଥିଲେ। ଯୁକ୍ତିତର୍କ ଭିତରେ ଯୁବକ ମାନେ ପାଖରେ ରଖିଥିବା ଏକ ଛୁରୀରେ ସନ୍ତୋଷଙ୍କ ଛାତି ଏବଂ ଶରୀରର ଅନ୍ୟାନ୍ୟ ସ୍ଥାନକୁ ଆକ୍ରମଣ କରିଥିଲେ। ଆକ୍ରମଣରେ ଗୁରୁତର ସନ୍ତୋଷଙ୍କୁ ପାଖ ଦୋକାନୀ ମାନେ ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ। ଏ ନେଇ ସନ୍ତୋଷଙ୍କ ଭାଇ ସୁନୀଲ ପରିଡା ଫୁଲବାଣି ଟାଉନ ଥାନାରେ ଏତାଲା ଦେବାରେ ପୁଲିସ କେସ ନଂ ୭ା୨୧ରେ ଏକ ମାମଲା ରୁଜୁ କରି ଫେରାର୍‍ ହୋଇଯାଇଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ମାନଙ୍କ ନାମରେ ଭାରତୀୟ ପିଙ୍ଗଳ କୋଡର ଧାରା ୨୯୪,୩୪୧.୩୨୩,୫୦୬,୩୦୭ ଏବଂ ୩୪ ଅନୁସାରେ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ ସୂଚନା ଦେଇଥିବା ବେଳେ ଉଭୟଙ୍କୁ ଏସଡିଜେଏମ କୋର୍ଟର ହାଜର କରାଯାଇଥିବା ସରକାରୀ ଅଧିବକ୍ତା ଗୌରି ଶଂକର ବେହେରା ସୂଚନା ଦେଇଛନ୍ତି। ଅଭିଯୁକ୍ତମାନଙ୍କ ଜାମିନ ଆବେଦନ ନାମଂଜୁର ହେବାରୁ ସେମାନଙ୍କୁ ଜେଲ ପଠାଇ ଦିଆଯାଇଛି। ରୋନକ ଏବଂ ଆକିବଙ୍କ ନାମରେ ପୁର୍ବରୁ ଏକାଧିକ ଅପରାଧିକ ମାମଲା ରହିଥିବା ଜଣାଯାଇଛି। ତେବେ ଖୋଦ୍‍ ଫୁଲବାଣୀ ସହରରେ ଏଭଳି ଘଟଣା ସମସ୍ତ ବ୍ୟବସାୟୀଙ୍କ ମଧ୍ୟରେ ଛନକା ପଶିଯାଇଛି।

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories